ଜ୍ୟାକ୍ ଲାଗିଛି ଘର ଉଠୁଛି । ୪ଫୁଟ୍ ଉଠିଲା ୩୦ ବର୍ଷର ପୁରୁଣା କୋଠା । ସମ୍ବଲପୁରରେ ଜ୍ୟାକ୍ ସାହାଯ୍ୟରେ ଉପକୁ ଉଠିଲା ୩ ମହଲା କୋଠା

84

କନକ ବ୍ୟୁରୋ: କାରକୁ ଜ୍ୟାକ୍ ଲଗାଇ ଉପରକୁ ଉଠାଇବା ଆପଣ ଦେଖିଥିବେ, ହେଲେ ଆପଣ ଜାଣିଛନ୍ତି କି ଜ୍ୟାକ୍ ସାହାର୍ଯ୍ୟରେ ବଡ ବଡ କୋଠାକୁ ବି ଉପରକୁ ଉଠାଇ ହେବ । ରାସ୍ତାଠାରୁ ତଳେ ଥିବା ଏକ ୩୦ ବର୍ଷର ପୁରୁଣା କୋଠାକୁ ଜ୍ୟାକ୍ ସାହାର୍ଯ୍ୟରେ ୪ଫୁଟ୍ ପର୍ଯ୍ୟନ୍ତ ଉଠାଯାଇଛି । ପଢନ୍ତୁ ସମ୍ବଲପୁର ପ୍ରଫେସର ଗଣନାଥ ଦାଶ ନିଜ ଘରକୁ କେମିତି ବୈଜ୍ଞାନିକ ଜ୍ଞାନ କୌଶଳରେ ଘରକୁ ଉଚ୍ଚା ଉଠାଇଛନ୍ତି ।

ଆଧୁନିକ ଜ୍ଞାନ କୌଶଳ ବଳରେ ଜ୍ୟାକ୍ ଲଗାଇ ଖାଲରୁ ଘରକୁ ଉପରକୁ ଉଠଇବା ସହ ନିଜର ଦୀର୍ଘ ବର୍ଷର ସମସ୍ୟାରୁ ମୁକ୍ତି ପାଇଛନ୍ତି ଗଣନାଥ । ସମ୍ବଲପୁର ବୁଢାରଜା ସ୍ଥିତ ଏକ୍ସକ୍ଲୁସିଭ୍ କଲୋନୀର ପ୍ରଫେସର ଦାଶଙ୍କ ୩୦ ବର୍ଷର ଏକ ପୂରୁଣା ଘର ରାସ୍ତାରୁ ଏକ ଫୁଟ୍ ତଳେ ଥିଲା । ଫଳରେ ବର୍ଷାଦିନେ ଘରେ ପାଣି ପସିବାରୁ ଜିନିଷ ପତ୍ର ନଷ୍ଟ ହେଉଥିବାରୁ ଚିନ୍ତାରେ ପଡିଯାଇଥିଲେ ଘର ମାଲିକ ।

ଘରକୁ କିଭଳି ବର୍ଷା ପାଣିରୁ ମୁକାଳିବେ ସେଥିପାଇଁ ପ୍ରଫେସର ଗଣନାଥ ହରିୟାଣାର ବିଶ୍ୱକର୍ମା ହାଉସ ଲିଫ୍ଟିଂ କମ୍ପାନୀର ସହାୟତା ଲୋଡିଛନ୍ତି । ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଏହି ସଂସ୍ଥା ୩ ମହଲା ଘରକୁ ଯାଂଚ କଲାପରେ ୨ ଶହ ୫୦ଟି ଜ୍ୟାକ୍ ସାହାର୍ଯ୍ୟରେ ୪ଫଟ୍ ଉଚ୍ଚକୁ ଉଠାଇଛନ୍ତି ।

ତେବେ ଏହି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୪ଜଣ ଶ୍ରମିକ କାମ କରୁଛନ୍ତି । ଏପ୍ରିଲ ୨୭ତାରିଖରୁ ଆରମ୍ଭ ହୋଇଥିବା କାମ ଶେଷ ପର୍ଯ୍ୟାୟରେ ପହଂଚିଛି । କୋଠାଟି ଯେତିକି ଉପରକୁ ଉଠୁଛି ଖୋଲା ଥବା ସ୍ଥାନରେ ସିମେଂଟ ଇଟା ଦେଇ ଘରକୁ ସପୋଟ୍ ଦିଆଯାଉଛି ।