ବଦଳିଲା ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟ । ସକାଳ ସାଢେ ୯ରୁ ସାଢେ ୪ଟା ପର୍ଯ୍ୟନ୍ତ କରିବେ କାର୍ଯ୍ୟ, ସ୍କୁଲରେ ପିଲାଙ୍କୁ ଦିଆଯିବ ଫିଲଟର ପାଣି ।

26,644

କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ଆଉ ଏହି କ୍ରମରେ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇଛି ।

ବଦଳିଛି ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟ । ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ନୂଆ ନିୟମ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୧୦ଟାରୁ ୪ଟା ଯାଏଁ କାର୍ଯ୍ୟ କରୁଥିଲେ ଶିକ୍ଷକ-ଶିକ୍ଷୟତ୍ରୀ । ତେବେ ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏଣିକି ସ୍କୁଲରେ ପିଲାମାନଙ୍କୁ ଫିଲଟର ପାଣି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।