ଢିଲା ହେଲା ସୁରକ୍ଷା ବ୍ୟବସ୍ଥା ! କୋଚୀ ଜାହାଜ କାରଖାନାରୁ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତର ୪ ଟି ଡିଜିଟାଲ୍ ଡିଭାଇସ୍ ହେଲା ଚୋରୀ ।

300

କେରଳର କୋଚୀ ଜାହାଜ କାରଖାନାରୁ ପ୍ରଥମ ସ୍ୱଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତର ୪ ଟି ଡିଜିଟାଲ୍ ଡିଭାଇସ୍ ଚୋରୀ ହୋଇଯାଇଛି । ଚୋରୀ ହୋଇଥିବା ଏହି ଚାରୋଟି ଡିଭାଇସ୍ କୁ ଜାହାଜର ମୁଖ୍ୟ ଅଂଶ ବୋଲି କୁହାଯାଉଛି । ଦେଶର ସର୍ବାଧିକ ସୁରକ୍ଷା ସ୍ଥାନରେ ଆସୁଥିବା କୋଚୀର ଏହି ଜାହାଜ କାରଖାନାରୁ ଚୋରୀ ହେବା ଘଟଣାକୁ ସୁରକ୍ଷା ଦୃଷ୍ଟିରେ ବଡଧରଣର ତୃଟି ବୋଲି କୁହାଯାଉଛି । ଆପଣଙ୍କୁ କହିରଖୁଛୁ ଯୁଦ୍ଧ ପ୍ରସ୍ତୁତି ପାଇଁ ଆଇଏନଏସ୍ ବିକ୍ରାନ୍ତର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯାହାକୁ ୨୦୨୧ ରେ ଭାରତୀୟ ନୌସେନାରେ ସାମିଲ୍ କରାଯିବାକୁ ପ୍ଲାନ୍ ରହିଛି ।

ଇଂରାଜୀ ଖବରକାଗଜ ଇଣ୍ଡିୟାନ୍ ଏକ୍ସପ୍ରେସ୍ ରିପୋର୍ଟ ମୁତାବକ , ଆଇଏନଏସ୍ ବିକ୍ରାନ୍ତର ୪ ଟି ହାର୍ଡ ଡିସ୍କ , ରାଣ୍ଡମ୍ ଆକ୍ସେସ୍ ମେମୋରୀ (ରାମ୍) ଏବଂ ପ୍ରୋସେସର୍ ଚୋରୀ ହୋଇଯାଇଛି । କେରଳ ପୋଲିସ୍ ମୁଖ୍ୟ ଲୋକନାଥ ବେହେରାଙ୍କ କହିବାନୁସାରେ , ଏହି ମାମଲାର ଜାଞ୍ଚ୍ ପାଇଁ ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି । କୋଚୀ ଜାହାଜ କାରଖାନା ପକ୍ଷରୁ ସୋମବାର ଏନେଇ ଅଭିଯୋଗ କରାଯାଇ କୁହାଯାଇଛି ଯେ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଯୁଦ୍ଧପୋତର ସମସ୍ତ ଡିଭାଇସ୍ ଥିଲା । ତେବେ ବର୍ତ୍ତମାନ ଏଭଳି ଏକ ମାମଲା ଏୟାରକ୍ରାଫ୍ଟ କ୍ୟାରିୟରର ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଉଠାଉଛି ।