ଦୂର ହେଲା ବିଜେଡିର ଦୁଇ ହେଭିୱେଟଙ୍କ ମନୋମାଳିନ୍ୟ ! ନବୀନ ନିବାସରେ ସାଂସଦ ତଥାଗତ ଶତପଥୀ ଓ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭିତରେ ସାଲିସ୍

28

କନକ ବ୍ୟୁରୋ : ଦୂର ହେଲା ବିଜେଡିର ଦୁଇ ହେଭିୱେଟଙ୍କ ମନୋମାଳିନ୍ୟ । ନବୀନ ନିବାସରେ ସାଂସଦ ତଥାଗତ ଶତପଥୀ ଓ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭିତରେ କମ୍ପରମାଇଜ୍ ହୋଇଛି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ମତାନ୍ତରକୁ ଭୁଲି ସେଲଫି ଉଠାଇଛନ୍ତି । କିଛି ଦିନ ତଳେ ଢେଙ୍କାନାଳର ଏକ ସଭାରେ ଦେବୀଙ୍କୁ ‘ଚୋର’ ବୋଲି ଆକ୍ଷେପ କରିଥିଲେ ତଥାଗତ ଶତପଥୀ । ଏହାକୁ ନେଇ ଦଳ ଭିତରେ ବିବାଦ ସୃଷ୍ଟି ହୋଇଥିଲା ।

ନବୀନଙ୍କ ପାଖରେ ଦେବୀ ମିଶ୍ର ଫେରାଦ ହୋଇଥିଲେ । ତେବେ ଆଜି ନବୀନ ନିବାସର ଉଭୟ ଉଭୟଙ୍କ ସହ ମିଶିଛନ୍ତି । ତେବେ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦେବୀ ମିଶ୍ର କହିଛନ୍ତି ଯେ, ପ୍ରଥମେ ତାଙ୍କ ଘରେ ଉଭୟ ଆଲୋଚନା କରିବା ପରେ ନବୀନ ନିବାସ ଯାଇଥିଲେ । ସେଠାରେ ଉଭୟଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର ହୋଇଛି । ଦେବୀ ଓ ତଥାଗତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଥିବା ନେଇ ଟ୍ୱିଟ୍ କରି ଜଣାଇଛନ୍ତି ସାଂସଦ ତଥାଗତ ଶତପଥୀ ।