ପାହାଡ଼ ଖୋଳି ବାହାରିଲା ୩୯ ଜଣଙ୍କ ଶବ : ମୋସୁଲରେ ଭାରତୀୟ ଶ୍ରମିକଙ୍କ ହତ୍ୟାର ହୃଦୟବିଦାରକ କାହାଣୀ

37

କନକ ବ୍ୟୁରୋ : ପାହାଡ଼ ଖୋଳି ବାହାର କରାଗଲା ୩୯ ଜଣ ଭାରତୀୟଙ୍କ ଶବ । ମୋସୁଲରେ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ହତ୍ୟାକରାଯାଇଥିଲା । ଅପହୃତ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ଆଇଏସଆଇଏସ୍ ଆତଙ୍କବାଦୀ ମାରିଛନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଇରାକର ମୋସୁଲରେ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରାଯାଇଥିଲା । ଆଜି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ଏନେଇ ସ୍ପଷ୍ଟ ସୂଚନା ରଖିଛନ୍ତି । ମୃତ୍ୟୁବରଣ କରିଥିବା ଭାରତୀୟଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ୨୦୧୪ରେ ଅପହରଣ କରିଥିଲେ । ମୋସୁଲ ଆଇଏସଆଇଏସ୍ କବଜାରେ ରହିବା ପରେ ଜୁନ ୨୦୧୪ରେ ୩୯ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିଯାଇଥିବାର ଖବର ଆସିଥିଲା ।

ଆଉ ଉକ୍ତ ଶ୍ରମିକଙ୍କ ମଧ୍ୟରୁ ହରଜିତ ସିଂ ନାମକ ବ୍ୟକ୍ତି ଆଇଏସଆଇଏସ କବଳରୁ ବାହାରି ଆସିବାରେ ସଫଳ ହୋଇଥିଲା । ଭାରତ ଆସି ହରଜିତ ଦାବି କରିଥିଲେ ସମସ୍ତ ୩୯ ଜଣ ଭାରତୀୟ ଶ୍ରମିକଙ୍କୁ ଗୁଳି ମାରି ହତ୍ୟା କରିଦିଆଯାଇଛି । ଯେଉଁ ୩୯ ଜଣ ଭାରତୀୟଙ୍କୁ ଆଇଏଆଇଏ ଆତଙ୍କବାଦୀମାନେ ଅପହରଣ କରିଥିଲେ, ସେଥିମଧ୍ୟରୁ ୨୨ ଜଣ ପଞ୍ଜାବର ଗୁରଦାସପୁର, ଅମୃତସର, ହୋସିଆରପୁର, କପୁରଥାଲା ଓ ଜଲଂନ୍ଧରରୁ ଥିଲେ ବୋଲି ଜଣାପଡ଼ିଛି । ବିଗତ ବର୍ଷ ଜେନେରାଲ ବିକେ ସିଂ ଉକ୍ତ ଭାରତୀୟଙ୍କ ଅନୁସନ୍ଧାନ ପାଇଁ ମୋସୁଲ ଯାଇଥିଲା ।

India's Minister of External Affairs Sushma Swaraj addresses the United Nations General Assembly in New York

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ଅପହୃତ ହୋଇଥିବା ଭାରତୀୟଙ୍କୁ ଆଇଏସଆଇଏସ୍ ମାରିଛନ୍ତି । ଡିଏନଏମ ସାମ୍ପଲ ଜରିଆରେ ଶବଗୁଡ଼ିକର ଚିହ୍ନଟ ହୋଇଛି । ୩୯ ଜଣରୁ ୩୮ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି ।  ୩୯ ନମ୍ବର ବ୍ୟକ୍ତିଙ୍କ ବିଷୟରେ ଯାଂଚ ଜାରି ରହିଛି । ସୁଷମା କହିଛନ୍ତି, ପାହାଡ଼ ଖୋଳିବା ପରେ ଭାରତୀୟଙ୍କ ଶବକୁ ବାହାର କରାଯାଇଥିଲା । ଜେନେରାଲ ବିକେ ସିଂ ସେଠାକୁ ଯାଇ ପ୍ରମାଣ ଖୋଜିବାରେ ବହୁତ ପରିଶ୍ରମ କରିଥିଲେ । ସର୍ବପ୍ରଥମେ ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କ ଡିଏନଏ ମ୍ୟାଚ ହୋଇଥିଲା ।

ତେବେ ଏହି ହୃଦୟବିଦାରକ ଘଟଣା ପରେ ବିକେ ସିଂ ଇରାକ୍ ଯାଇ ଶବଗୁଡ଼ିକର ଆଣିବାର ବ୍ୟବସ୍ଥା କରାଯିବ । ତେବେ ସେଠାରେ ଅନେକ ପକାର ଚିହ୍ନ ମିଳିଛି, ଯାହାର ଡିଏନଏ ଯାଂଚ ହେଉଛି । ବୈଦେଶିକ ମନ୍ତ୍ରୀ ଆଜି କହିଛନ୍ତି ୩ ବର୍ଷ ପର୍ଯ୍ୟନ୍ତ ଉକ୍ତ ଭାରତୀୟଙ୍କ ଅନୁସନ୍ଧାନ ଚାଲିଥିଲା ।