ନିଜ ଉଦ୍ଦେଶ୍ୟରେ କରାଯାଇଥିବା ଏକ ଟ୍ୱିଟର ଉତ୍ତର ମଜାଳିିଆ ଢଙ୍ଗରେ ରଖିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା !

17

କନକ ବ୍ୟୁରୋ : ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଏକ ଟ୍ୱିଟର ମଜାଳିିଆ ଢଙ୍ଗରେ ଉତ୍ତର ରଖିଛନ୍ତି ସୁଷମା । ଏହି ଟ୍ୱିଟର କ୍ଲାସିକ୍ ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଜଣେ ବ୍ୟକ୍ତି ସୁଷମାଙ୍କ ପାଖକୁ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ ମଙ୍ଗଳ ଗ୍ରହରେ ଅଟକି ଯାଇଛନ୍ତି, ତାଙ୍କୁ ସାହାଯ୍ୟ ଦରକାର । ସୁଷମା ମଧ୍ୟ ମଜାଳିଆ ଢଙ୍ଗରେ କହିଛନ୍ତି, ଭିନ୍ନ ଗ୍ରହରେ କୌଣସି ନାଗରିକ ଠାବ କରାଗଲେ ମଧ୍ୟ ଭାରତୀୟ ଦୂତାବାସ ତାଙ୍କୁ ସାହାଯ୍ୟ କରିବ ।

ଟ୍ୱିଟରେ ଲେଖାଥିଲା ଯେ, ମୁଁ ମଙ୍ଗଳ ଗ୍ରହରେ ଅଟକି ଯାଇଛି, ୯୬୭ ଦିନ ତଳେ ମଙ୍ଗଳ ଯାନରେ ପଠାଯାଇଥିବା ଖାଦ୍ୟ ମଧ୍ୟ ସରିଆସିଲାଣି, ମଙ୍ଗଳଯାନ ଦ୍ୱିତୀୟକୁ କେବେ ପଠାଯିବ? କିଛି ଲୋକ ମନ୍ତ୍ରୀଙ୍କ ବ୍ୟଙ୍ଗାତ୍ମକ ଟ୍ୱିଟକୁ ପ୍ରଶଂସା କରିଥିବା ବେଳେ, ଆଉ କିଛି ଲୋକ ମନ୍ତ୍ରୀଙ୍କର ପରିହାସ ଟ୍ୱିଟ୍ କର୍ତାଙ୍କୁ ବାରଣ କରିଛନ୍ତି ।