ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକର ଭିତିରି କଥା : ପାକିସ୍ତାନ ମାଟିରେ ପଶି ପାକିସ୍ତାନକୁ ମାତ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ

16

77ପାକିସ୍ତାନ ମାଟିରେ ପଶି ପାକିସ୍ତାନକୁ ମାତ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ । ବିଦେଶ ମାଟିରେ ପାଦ ରଖିବା ଆଗରୁ ପୂର୍ବ ପ୍ରସ୍ତୁତି କରିଥିଲା ଭାରତୀୟ ସେନା । ଭାରତ-ପାକ ସୀମାର ଲାଇନ ଅଫ କଂଟ୍ରୋଲ ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ । ତେଣୁ ଶତ୍ରୁ ରାଷ୍ଟ୍ରର କମାଣ ନଜରରୁ ବଂଚିବା ପାଇଁ କରାଯାଇଥିଲା ଫୁଲପ୍ରୁଫ ପ୍ଲାନ । ସୀମା ଭିତରେ ୨୫୦ କିଲୋମିଟର ଅତିକ୍ରମ କରି ଅପରେସନ ଆରମ୍ଭ କରିବା ଆଗରୁ ପାକିସ୍ତାନ ସେନାର ନଜର ହଟାଇବାକୁ କରାଯାଇଥିଲା ସୁଚିନ୍ତିତ ଯୋଜନା ।

99ମିଳିଥିବା ସୂଚନା ଅନୁସାରେ ଅପରେସନ ଉପରୁ ପାକ ସେନାର ନଜର ହଟାଇବାକୁ ଜମ୍ମୁ-କାଶ୍ମୀରର ବିଭିନ୍ନ ଏୟାର ବେସରୁ ଉଡାଣ ଭରିଥିଲେ ଏକାଧିକ ହେଲିକପ୍ଟର । ସୀମା ନିକଟରେ ହେଲିକପ୍ଟର ଉଡିବୁଲିବା ସହ ଉରି ସେକ୍ଟରରୁ ବାରମ୍ବାର ଗୁଳିଗୋଳା ମାଡ କରାଯାଇଥିଲା ।

00ଆଉ ଏହାରି ଭିତରେ ଭାରତୀୟ କମାଣ୍ଡୋ ପୁଂଚ, ନାଓଗାଁ ଏବଂ ଉତର କାଶ୍ମୀର ଦେଇ ଏଲଓସି ଅତିକ୍ରମ କରିଥିଲେ । ଅନ୍ଧାର ରାତିର ସୁଯୋଗ ନେଇ ବୁଧବାର ରାତି ପ୍ରାୟ ଗୋଟାଏ ୪୫ ବେଳକୁ ଲକ୍ଷ୍ୟସ୍ଥଳରେ ପହଂଚିସାରିଥିଲେ ଭାରତୀୟ ସେନାର ବଛାବଛା କମାଣ୍ଡୋ । ଆଉ ୪ ଘଂଟାରେ ଖେଳ ଶେଷ କରି ସୁରକ୍ଷିତ ଫେରି ଆସିଥିଲେ ନିଜ ମାଟିକୁ ।