ଅବତାରୀ ମାହିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

19

କନକ ବ୍ୟୁରୋ : ଟିମ ଇଣ୍ଡିଆର କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ଧୋନୀଙ୍କ ବିରୋଧରେ ଅପରାଧିକ ମାମଲାକୁ ଖାରଜ କରିଛନ୍ତି କୋର୍ଟ । “ବିଜନେସ ଟୁଡେ’ ମାଗାଜିନ କଭର ପେଜରେ ଧୋନୀଙ୍କୁ ବିଷ୍ଣୁ ଅବତାରରେ ଦେଖିବାକୁ ମିଳିଥିଲା । ଏହି ଫଟୋରେ ଧୋନୀ କିଛି ବ୍ରାଣ୍ଡେଡ୍ ଜିନିଷ ଧରିବା ସହ ରିବକ ସୁ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହା ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗରେ ଧୋନୀଙ୍କ ବିରୋଧରେ ମାମଲା ହୋଇଥିଲା । ୨୦୧୫ ମସିହାରେ କର୍ଣ୍ଣାଟକ ହାଇକୋର୍ଟ ଏହାର ଶୁଣାଣି କରି କହିଥିଲେ, ଧୋନୀ ଜଣେ ସେଲିବ୍ରିଟି ହୋଇଥିବାରୁ ଏସବୁ ବିଜ୍ଞାପନ ଜରିଆରେ ଧାର୍ମିକ ଭାବନା ଉପରେ ନଜର ରଖିବା ଉଚିତ ।