ବିଶ୍ୱ ବିଜେତା ହେଲେ ବାଲିର ବିଶ୍ୱକର୍ମା

49

vlcsnap-2016-06-04-16h42m38s379କନକ ବ୍ୟୁରୋ : ପୁଣି ଆନ୍ତର୍ଜାତୀୟ ସମ୍ମାନର ତାଜ୍ ପିନ୍ଧିଛନ୍ତି ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବୁଲଗେରିଆରେ ଅନୁଷ୍ଠିତ ୱାଲର୍ଡ ଚ୍ୟାମ୍ପ ଅଫ ସ୍ୟାଣ୍ଡ ସ୍କଲ୍ପଟିଙ୍ଗରେ ସୁଦର୍ଶନ ସ୍ୱର୍ଣ୍ଣ ପଦକ ପାଇଛନ୍ତି  । ୨୬ ମେ ରୁ ୩ ଜୁନ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ୧୦ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଆଉ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ସ୍ପୋର୍ଟସ ୱଲର୍ଡ ଓ ଅଲିମ୍ପିକସ ସିମ୍ବଲସ୍ । ତେବେ ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକା କଳାକୁ ଉପସ୍ଥିତ ସମସ୍ତ ଦର୍ଶକ ପସନ୍ଦ କରିବା ସହ ଅଧିକ ଭୋଟ ଦେଇଥିଲେ । ଫଳରେ ସୁଦର୍ଶନ ବାକି ପ୍ରତିଯୋଗିଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସେପଟେ ସୁଦର୍ଶନଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟର ଜରିଆରେ ଶୁଭେଛା ଜଣାଇଛନ୍ତି  ।