ରାଜ୍ୟ ସରକାରଙ୍କ ନିଷ୍ପତି ! ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ ହୋଇନଥିଲେ ମିଳିବନି ଡାଲି, ଚାଉଳ, ଚିନି, କିରାସିନି

30

କନକ ବ୍ୟୁରୋ: ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଇଥିବା ରାସନ କାର୍ଡ ସହ ଆଧାର ସଂଯୋଗୀ କରଣ ବାଧ୍ୟତାମୂଳକ । ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ ହୋଇନଥିବା ହିତାଧିକାରୀଙ୍କୁ ଜୁଲାଇରୁ ଆଉ କଂଟ୍ରୋଲ ସାମଗ୍ରୀ ମିଳିବ ନାହିଁ । ରାଜ୍ୟ ସରକାର ଏପରି କଠୋର ନିଷ୍ପତି ନେଇ ସବୁ ଜିଲ୍ଲାପାଳଙ୍କୁ ଜଣାଇ ଦେଇଛନ୍ତି । ଏହାଛଡା ପ୍ରତିମାସ କଂଟ୍ରୋଲ ସାମଗ୍ରୀ ବଂଟନ ଦିନରେ ପଂଜୀକରଣ କ୍ୟାଂପ କରି ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।