ଓଡିଶାକୁ ଋଣରେ ବୁଡାଇଦେଲେ ରାଜ୍ୟ ସରକାର : ବର୍ଷ ଶେଷ ସୁଦ୍ଧା ଋଣ ଭାର ୬୪,୯୯୧କୋଟିରେ ପହଁଚିବ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାକୁ ଋଣଭାରରେ ବୁଡାଇ ଦେଲେ ରାଜ୍ୟ ସରକାର । ମା ପେଟରେ ବଢ଼ୁଥିବା ଛୁଆ ବି ପୃଥିବୀ ଦେଖିବା ଆଗରୁ ଋଣ ମୁଣ୍ଡାଇଲାଣି । ଏକ ସରକାରୀ ତଥ୍ୟ ଅନୁସାରେ ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୬୪ହଜାର ୯୯୧କୋଟି ୮୩ଲକ୍ଷ ଟଙ୍କାରେ ପହଁଚିବ ବୋଲି ଆକଳନ କରାଯାଇଛି । ଅର୍ଥାତ ମୁଣ୍ଡପିଛା ରଣଭାର ୧୨ହଜାର ଛୁଇଁଲାଣି । ବର୍ଷ ଶେଷକୁ ଏହା ୧୪ହଜାର ୪୦୦ଟଙ୍କା ଛୁଇଁବ। ୨୦୦୦ମସିହରେ ରାଜ୍ୟର ଋଣଭାର ଥିଲା ମାତ୍ର ୧୮ ହଜାର କୋଟି । ଯାହା କି ନବୀନ ସରକାରଙ୍କ ସମୟରେ ଅଢ଼େଇ ଗୁଣ ବଢ଼ିଛି । ଯାହାକି ରାଜ୍ୟବାସୀଙ୍କୁ ଋଣ ଯନ୍ତା ଭିତରକୁ ଠେଲି ଦେଇଛି ।