ଟାଣ ହେଲା ଯିଦି ଝିଅଙ୍କ ହାତ ମୁଠା ! ଶୁଭ୍ରାଙ୍କୁ ସାଥ୍ ଦେବାକୁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

32

ନିଜ ରୋଗୀଣା ବାପାଙ୍କୁ ବଂଚାଇବାକୁ ନିଜ ଘର ସଂସାରକୁ ପଛ କରିଛି ଜଣେ ଝିଅ । ଦୁଇ ଦୁଇଟି କିଡନୀ ହରାଇଥିବା ବାପାଙ୍କ ପାଇଁ ଶାଶୁଘର ଛାଡି ବାପଘରକୁ ଚାଲି ଆସିଛି । ଏଖବର କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଏବେ ଏହି ପରିବାରକୁ ସହାୟତା କରିବାକୁ ଅନେକ ହାତ ଆଗେଇ ଆସିଛି । ଶୁଭ୍ରାଙ୍କ ବାପା ବଂଚାଅ ଅଭିଯାନରେ ସାମିଲ ହୋଇଛନ୍ତି କିଛି ସହୃଦୟ ବ୍ୟକ୍ତି ।

ଗତକାଲି ଖବର ପସାରଣ ପରେ ଆଜି ଶୁଭ୍ରାଙ୍କ ଠିକଣା ଖୋଜି ତାଙ୍କ ଘରେ ପହଂଚିଥିଲେ ସ୍ୱେଚ୍ଛାସେବୀ । ବୁଝିଥିଲେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଘରର ଆର୍ଥିକ ପରିସ୍ଥିତି ସଂପର୍କରେ । ଶେଷରେ ପ୍ରତିଶ୍ରୁତି ଦେଇଥିଲେ କିଡନୀ ଟ୍ରାନ୍ସପ୍ଲାଂଟ୍ ପାଇଁ ଆବଶ୍ୟକ ସମସ୍ତ ଅର୍ଥ ଯୋଗାଡ କରିବାକୁ ବ୍ୟବସ୍ଥା କରିବେ ।

ଏ ହେଉଛି ଏମିତି ଏକ ପରିବାରର କାହାଣୀ , ଯେଉଁଠି ଅଭାବୀ ଓ ରୋଗୀଣା ବାପାଙ୍କୁ ବଂଚାଇବାକୁ ଝିଅ ଚାଲି ଆସୁଛି ଶାଶୁ ଘର ଛାଡି । ଯେଉଁଠି ଜଣେ ଝିଅ ପାଇଁ ସ୍ୱାମୀ ଅପେକ୍ଷା ବାପାର ଜୀବନ ଅଧିକ ମୂଲ୍ୟବାନ ହୋଇ ପଡୁଛି । ତେଣୁ ଘର ସଂସାର ଛାଡି ନବ ବିବାହିତ ଝିଅ ଚାଲି ଆସୁଛି ବାପ ଘରକୁ । କାରଣ ସ୍ୱାମୀଙ୍କ ସର୍ତ୍ତ, ଶାଶୁ ଘରେ ରହି ବୁଝି ହେବନି ବାପାଙ୍କ କଥା । ଏହି କାହାଣୀ କନକ ନ୍ୟୁଜରେ ପ୍ରସାରିତ ହେବା ପରେ ସହଯୋଗର ହାତ ଲମ୍ବିଛି । ଯାହା ଶୁଭ୍ରାଙ୍କ ଆତ୍ମବିଶ୍ୱାସକୁ ଆହୁରୀ ଶକ୍ତ କରିଛି ।

ଦିନେ ସ୍ୱାମୀଙ୍କ ପାଇଁ ଛାଡିଥିଲେ ସରକାରୀ ଚାକିରୀ । ଏବେ ବାପାଙ୍କ ପାଇଁ ପୁଣି କରିଛନ୍ତି ଏକ ଘରୋଇ ଚାକିରୀ । ଯେଉଁ ସ୍ୱଳ୍ପ ଆୟରେ ଶୁଭ୍ରାଙ୍କ ପାଇଁ ଏକାକୀ ଚଳିବା ମୁସ୍କିଲ୍, ସେଠି ବାପାଙ୍କ କିଡନୀ ଟ୍ରାନ୍ସପ୍ଲାଂଟ୍ ଭଳି ବ୍ୟୟବହୁଳ ଚିକିତ୍ସା କେମିତି ବା କରି ପାରିବେ । ଏଭଳି ପରିସ୍ଥିତିରେ ଜଣେ ଯିଦି ଝିଅର ଆତ୍ମବିଶ୍ୱାସକୁ ବଢାଇଛନ୍ତି କିଛି ସ୍ୱେଚ୍ଛାସେବୀ ।

ଏହା ସହ ଦେଖନ୍ତୁ ଝିଅ ହେବତ ଏମିତି : ଯିଏ ବାପାଙ୍କ ପାଇଁ ଛାଡିପାରନ୍ତି ଶାଶୁଘର