ବଜାରକୁ ଆସୁଛି ଡେଂଟ୍ ପ୍ରୁଫ୍ କାର । କେବେ ହେବନି ନଷ୍ଟ । ଜାଣନ୍ତୁ କଣ ରହିଛି ବିଶେଷତ୍ୱ

34

କାର ଚଢୁଥିବା ଲୋକମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ପାର୍କିଂ । କାରଣ ସେମାନଙ୍କର ଭୟ ଥାଏ କି କାଳେ ପାର୍କିଂରେ ରଖାଯିବା ସମୟରେ କୌଣସି ଦୁର୍ଘଟଣା ଘଟିବନି ତ ଅର୍ଥାତ୍ କାରର କୌଣସି କ୍ଷତି ଘଟି ବନି ତ ତେବେ ଆପଣଙ୍କର ଏହି ସମସ୍ୟାକୁ ଧ୍ୟାନରେ ରଖି ଟୋୟୋଡା ଗୋସେ ନାମକ ଏକ କମ୍ପାନୀ ପ୍ରଥମ ଡେଂଟ୍ ପ୍ରୁଫ୍ କାର ନିର୍ମାଣ କରିଛି । ଜାଣନ୍ତୁ , କଣ ରହିଛି ଏହାର ବିଶେଷତ୍ୱ . . .

ବିଶ୍ୱର ପ୍ରଥମ ଡେଂଟ୍ ପ୍ରୁଫ୍ କାରଟିର ନାଁ ରଖାଯାଇଛି ‘ଫ୍ଲେସବି’ । ତେବେ ଏହାକୁ ପ୍ରଥମ ଥର ଟୋକିଓ ମୋଟର ଶୋ’ ୨୦୧୭ରେ ଶୋ’କେସ କରାଯାଇଥିଲା । କମ୍ପାନୀର ଦାବି ରହିଛି ଯେ, କାରଟିର ଚାରି ପଟେ ରବରର ଏୟାର ବ୍ୟାଗ ରହିଛି । ଯାହାଦ୍ୱାରା ଗାଡିରେ ଛୋଟ ଆଘାତ ଲାଗିଲେ ଏହା ଖୋଲିଯାଏ ଓ କାରରେ କୌଣସି ଆଘାତ ହେବନାହିଁ ।

ଏପରିକି କାରର ଉପରପାଶ୍ୱର୍ରେ ମଧ୍ୟ ଏହି ଭଳି ଏୟାର ବ୍ୟାଗ ରହିଛି । କମ୍ପାନୀ କହିବା ମୁତାବକ , ଏହି ଗାଡିରେ ଲାଗିଥିବା ଏୟାର ବ୍ୟାଗ କାରଣରୁ ଗାଡି ଚାଳକ ଏବଂ ଏଥିରେ ଥିବା ଅନ୍ୟ ବ୍ୟକ୍ତିଙ୍କର ମଧ୍ୟ କୌଣସି କ୍ଷତି ହେବ ନାହିଁ । ଏହି ଗାଡି ବୈଦ୍ୟୁତିକ ଶକ୍ତି ଦ୍ୱାରା ପରିଚାଳିତ ହେବ । ଏହି କାରରେ ଜଣେ କିମ୍ବା କେବଳ ଗାଡି ଚାଳକ ହିଁ ବସି ପାରିବେ । ଭବିଷ୍ୟତରେ ଏଥିରେ ଅନେକ ସୁଧାର ଆସିବାର ଆଶା ରହିଛି । ମାତ୍ର ଏହି କାର ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡିବ କାରଣ ୨୦୩୦ରେ ଏହା ମାକେର୍ଟରେ ଲଂଚ ହେବ ।

ସୌଜନ୍ୟ: ନବଭାରତ ଟାଇମ୍ସ