ନୋକିଆ ୨ର ବିବରଣୀ ଲିକ୍ ! ଆସନ୍ତା କାଲି ଭାରତରେ ଲଂଚ ହେବାରେ ସମ୍ଭାବନା ରହିଛି

43

ନୋକିଆର ଲେଉଟାଣୀ ପରେ ଏବେ ପର୍ଯ୍ୟନ୍ତ ଭାରତରେ ଚାରିଟି ଆଣ୍ଡ୍ରଏଡ଼୍ ଫୋନ୍ ଲଂଚ ହୋଇଛି । ଏଥିରେ ମିଡ଼ ରେଞ୍ଜ ଓ ହାଇ ଏଣ୍ଡ ସ୍ମାର୍ଟଫୋନ୍ ସାମିଲି ଅଛି । ଏବେ କମ୍ପାନୀ ଆଉ ଏକ ସ୍ମାର୍ଟଫୋନ ଲଂଚ କରୁଛି ଯାହା ସୋଆମୀକୁ ଟକ୍କର ଦେବ ବୋଲି ଆଶା କରାଯାଉଛି । ଏଥିପାଇଁ କମ୍ପାନୀ କାଲି ଭାରତରେ ନୋକିଆ ୨ ଲଂଚ କରିପାରେ । ତେବେ ଏନେଇ କମ୍ପାନୀ ତରଫରୁ କୌଣସି ସୂଚନା ମିଳିନାହିଁ ।

ନୋକିଆ ହ୍ୟାଣ୍ଡସେଟ୍ ତିଆରି କରିବାର ଲାଇସେନ୍ସ ଏବେ ଏଚଏମଡ଼ି ଗ୍ଲୋବାଲ ଉପରେ ଅଛି । ୩୧ ଅକ୍ଟୋବରେ ଏକ ଇଭେଂଟ ରହିଛି । ସୂଚନା ମୁତାବକ ନୋକିଆ ଫୋନର ଅଲଗା ଏକ ମାଇଲଷ୍ଟୋନ ଉପସ୍ଥାପନ କରିବ । ଏହି ସ୍ମାର୍ଟଫୋନକୁ ଆମେରିକା ରିଟେଲର ୱେବସାଇଟରେ ଦେଖିବାକୁ ମିଳିଛି । ଏଠାରେ ଏହି ଫୋନର ମୂଲ୍ୟ ୯୯ ଡଲାର ଲେଖାଯାଇଛି ।

ରିପୋର୍ଟ ଅନୁସାରେ ଏହି ଫୋନକୁ ନିକଟରେ ଋଷରେ ସାର୍ଟିଫିକେସନ ମିଳିଛି । ଆସନ୍ତା ମାସରେ ଏହାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଶୁଣିବା ପାଇଁ ମିଳୁଛି ଫିନଲାଣ୍ଡର କମ୍ପାନୀ ଏଚଏମଡ଼ି ଗ୍ଲୋବାଲ ପାଖରେ ନୋକିଆ ଫୋନ ତିଆରି କରିବାର ଲାଇସେନ୍ସ ରହିଛି । ତେବେ ଏବେ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବିଷୟରେ ଅଧିକ ସୂଚନା ମିଳିନାହିଁ । କିନ୍ତୁ ବିଶ୍ୱସ୍ତ ସୂଚନା ଅନୁସାରେ ଏଥିରେ ୪୦୦ ଏମଏଏଚ ବ୍ୟାଟେରୀ ରହିବ । ଏହା ବ୍ୟତୀତ ଏଥିରେ କ୍ୱାଲକମ୍ ସ୍ନାପ ଡ୍ର୍ରାଗନ୍ ୨୧୦ କିମ୍ବା ୨୧୨ ଚିପସେଟ୍ ଦିଆଯାଇପାରେ । ଏଥିରେ ଡୁଆଲ ସିମ ସପୋର୍ଟ କରିବ ।