ଏଣିକି ପେଟ୍ରୋଲ ଦେବନି ଟେନସନ୍  ! ବଜାରକୁ ଆସିଲା ଇଲେକ୍ଟ୍ରିକ୍ ସ୍କୁଟର, ପେଟ୍ରୋଲ ପରିବର୍ତ୍ତେ ବିଦ୍ୟୁତରେ ଚାଲିବ ଗାଡି

175

ପେଟ୍ରୋଲ, ଡିଜେଲର ଦରକୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି ଗ୍ରାହକ । କ୍ରମାଗତଭାବେ ପେଟ୍ରୋଲ ଆଉ ଡିଜେଲର ଦାମ ବଢିବା ଚିନ୍ତା ବଢାଇଥାଏ ଖାଉଟିଙ୍କର । କିନ୍ତୁ ଏବେ ଆସିଛି ଆଶ୍ୱସ୍ତିର ଖବର । ଭାରତରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ମିଳିଛି ବଡ ବିକଳ୍ପ । ଏଣିକି ବିଦ୍ୟୁତରେ ଚାଲିବ ସ୍କୁଟର । କାରଣ  ଭାରତୀୟ ବଜାରରେ ପ୍ରବେଶ କରିଛି ବିଦ୍ୟୁତ ଚାଳିତ ସ୍କୁଟର ଓକିନାୱା ପ୍ରେଜ୍ । ଥରେ ଚାର୍ଜକଲେ ୭୫ କିଲୋମିଟର୍ ଯାଏଁ ଚାଲିବ ଗାଡି ।

ଭାରତୀୟ ବଜାରରେ ପ୍ରବେଶ କଲା ଇନ୍ଧନ ଚାଳିତ ଯାନର ବିକଳ୍ପ  । ପେଟ୍ରୋଲ, ଡିଜେଲର ଦର ଖାଉଟିଙ୍କ ଚିନ୍ତା ବଢାଉଥିବା ବେଳେ ଓକିନାୱା ଅଟୋଟେକ୍ ପ୍ରାଇଭେଟ ଲିମିଟେଡ୍ ଭାରତରେ ଲଂଚ କରିଛି ଏହାର ଦ୍ୱିତୀୟ ଇଲେକ୍ଟ୍ରି ଚାଳିତ ସ୍କୁଟର ଓକିନାୱା ପ୍ରେଜ୍ । ଏ ସ୍କୁଟରକୁ ଥରେ ଚାର୍ଜ କଲେ ଏହା ୭୫କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ, ଯାହା ଖାଉଟିଙ୍କ ପକେଟକୁ ବେଶ୍ ସୁହାଇବ ବୋଲି ଆଶା କରାଯାଉଛି । ଟପ ସ୍ପିଡ୍ ସହ ଅତ୍ୟାଧୁନିକ ଫିଚର ରହିଛି ଏହି ବିଦ୍ୟୁତଚାଳିତ ସ୍କୁଟରରେ ।

ଏହି ବିଦ୍ୟୁତଚାଳିତ ସ୍କୁଟର ଅନ୍ୟ ପେଟ୍ରୋଲଚାଳିତ ଯାନ ପରି ସୁବିଧା ପ୍ରଦାନ କରିଥାଏ । ଏଥିରେ ୩.୪ ଅଶ୍ୱଶକ୍ତି ବିଶିଷ୍ଟ ଶକ୍ତିଶାଳୀ ମୋଟର ଲାଗିଛି । ଏହା ତିନୋଟି ସ୍ପିଡମୋଡରେ ଉପଲବ୍ଧ ହେଉଥିବା ବେଳେ ଇକୋନୋମି ଶ୍ରେଣୀୟ ବାହନର ଘଂଟାପ୍ରତି ବେଗ ୩୫କିଲୋମିଟର, ସ୍ପୋର୍ଟି ଶ୍ରେଣୀୟ ବାହନର ଘଂଟାପ୍ରତି ବେଗ ୬୫କିଲୋମିଟର ଏବଂ ଟର୍ବୋ ଶ୍ରେଣୀୟ ବାହନର ଘଂଟାପ୍ରତି ବେଗ ୭୫କିଲୋମିଟର ରହିଛି । ଏଥିରେ ଉଚ୍ଚ କ୍ଷମତାସମ୍ପନ୍ନ ବ୍ୟାଟେରୀ ରହିଥିବାରୁ ଏହା ଥରେ ଚାର୍ଜ ହେଲେ ଏକକାଳୀନ ୧୭୦ରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ବିଦ୍ୟୁତ ଚାଳିତ ଏହି ସ୍କୁଟରର ଦାମ ରହିଛି ୫୯ହଜାର ୮୮୯ ଟଙ୍କା ।

ପୂର୍ବରୁ ମଧ୍ୟ ଓକିନାୱା ଅଟୋଟେକ୍ ପ୍ରାଇଭେଟ ଲିମିଟେଡ୍ ଓକିନାୱା ରିଟଜ ଭାରତରେ ଲଂଚ କରିଥିଲା ଯାହାର ମୂଲ୍ୟ ପାଖାପାଖି ୪୪ ହଜାର ରହିଥିଲା । ଆଉ ଏହା ପରେ ଏହି କମ୍ପାନୀ ଦ୍ୱିତୀୟ ଇଲେକ୍ଟ୍ରି ସ୍କୁଟରକୁ ଭାରତରେ ଲଂଚ କରିଛି । ତେବେ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ହାଇ ପାୱାର ବ୍ୟାଟେରୀ ଓ ଟପ୍ ସ୍ପିଡ୍ ପାଇଁ ଭାରତୀୟ ବଜାରରେ ଏହିି ସ୍କୁଟରର ଚାହିଦା ବେଶ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।