ବିଲ୍ଡିଂର ଛାତ ଉପରେ ସଡ଼କ ! ଦୈନିକ ଚାଲୁଛି ହଜାର ହଜାର ଗାଡ଼ି, ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋ

48

ଚୀନ : ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଢାଂଚାରେ ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଧାରାରେ ଚୀନ ଆଗରେ ରହିଛି । ନିକଟରେ ଚୀନର ଚୋଙ୍ଗିକିଙ୍ଗ୍ ସହରର ଏକ ଆପାର୍ଟମେଂଟ ବିଲ୍ଡିଂର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି ।

ଏହି ବିଲ୍ଡିଂର ଛାତ ଉପରେ କେବଳ ରାସ୍ତା ନାହିଁ ବରଂ ବଡ଼ ବଡ଼ ଗଛ ମଧ୍ୟ ଲାଗିଛି । ତଳେ ଶତାଧିକ ଲୋକ ଘରେ ରହୁଥିବା ବେଳେ ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡ଼ି ଯାତାୟତ କରୁଛି । ଚୀନର ସୋସିଆଲ୍ ସାଇଡ୍ ରେ ଏହି ଫଟୋ ଅପଲୋଡ୍ ହେବାପରେ ବିଶ୍ୱବ୍ୟାପି ଏହାକୁ ନେଇ ଚର୍ଚ୍ଚା । ଆଉ ଅନେକ ନେଟ୍ ଉପଭୋକ୍ତା ପ୍ରଶ୍ନ କରିଛନ୍ତି ଯେ, ଏହି ବିଲ୍ଡିଂରେ ରହୁଥିବା ଲୋକଙ୍କୁ ନିଦ ଆସୁଛି କିପରି ? ଆଉ କିଛି ଲୋକ ଏହି ବିଲ୍ଡିଂର ମଜବୁତ୍ ବ୍ୟବସ୍ଥାକୁ ନେଇ ପ୍ରଶଂସା କରିଛନ୍ତି ।
( ସୌଜନ୍ୟ – ଚୀନ୍ ଡେଲି  )