ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କମାନଙ୍କୁ ପାସବୁକ୍ ଏବଂ ଷ୍ଟେଟମେଂଟ୍ ଟ୍ରାନ୍ସକସନର ପୁର୍ନଗଣତି ନେଇ ନିର୍ଦ୍ଦେଶ ଦେଇଛି । ତେବେ ଗ୍ରାହକଙ୍କ ଲେନ-ଦେନର ସମସ୍ତ ବିବରଣୀ ସଂପର୍କରେ ଯେପରି ପୁର୍ନବାର ଯାଂଚ କରିହେବ ତାହା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ତେବେ ପାସବୁକ୍ କିମ୍ବା ଷ୍ଟେଟମେଂଟରେ କୌଣସି ପ୍ରକାରର ଅସୁବିଧା ପୂର୍ବରୁ ସୂଚନା ଦେବା ସହ ସବୁବେଳେ ସଂକ୍ଷିପ୍ତ ତଥା ସୁଗମ ତଥ୍ୟ ଦାଖଲ କରାଇବାକୁ ପୂର୍ବରୁ ଆରବିଆଇ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲା । ଯାହାଦ୍ୱାରା ଜମାକାରୀମାନଙ୍କୁ ଭବିଷ୍ୟତରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବନାହିଁ ।

ଆରବିଆଇ ବ୍ୟାଙ୍କମାନଙ୍କ ପାଇଁ ଏନେଇ ଏକ ସୂଚୀ ନିର୍ଦ୍ଧାରଣ କରିଛି । ଯେଉଁଥିରେ ବ୍ୟାଙ୍କମାନଙ୍କ ପାସବୁକରେ ଯେଉଁ ବିବରଣୀ ରହିବ, ସେଥିରେ ଗ୍ରହିତାଙ୍କ ନାମ, ଟ୍ରାନ୍ସକସନର ମୋଡ୍, ଶୁଳ୍କର ପ୍ରକୃତି ଯେପରି ଫିସ୍, କମିଶନ, ଫାଇନ, ପେନାଲ୍ଟି ଆଦି ଏବଂ ଲୋନ୍ ଆକାଉଂଟ ନମ୍ବର ଆଦିକୁ ସାମିଲ କରିଯିବ ।

ସୂଚନା ଅନୁସାରେ, ଏପରି ନିଷ୍ପତି ଗ୍ରାହକଙ୍କ ସୁବିଧା ପାଇଁ ନିଆଯାଇଛି । ବ୍ୟାଙ୍କ ଖାତାରେ ଏଂଟ୍ରି ସଂମ୍ବନ୍ଧରେ ପ୍ରାସଙ୍ଗିକ ବିରରଣୀ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସାଧାରଣରେ ଗ୍ରାହକଙ୍କୁ ପାସବୁକର ସମସ୍ତ ତଥ୍ୟ ବୁଝାସୁଝା ଓ ସେ ସଂପର୍କରେ ସ୍ପଷ୍ଟ କରିବା ନେଇ ବିଭିନ୍ନ ଅସୁବିଧା ହୋଇଥାଏ । ଅନେକ ବାର ଏଭଳି ବି ହୋଇଥାଏ କି ବ୍ୟାଙ୍କମାନଙ୍କ ପକ୍ଷରୁ ସଠିକ୍ ସୂଚନା ବା ତଥ୍ୟ ମଧ୍ୟ ମିଳି ପାରି ନଥାଏ ।

ଏହାସହ ମଧ୍ୟ ପଢନ୍ତୁ- ସାବଧାନ ! ବ୍ୟାଙ୍କ ନାଁରେ ଆଧାର ଲିଙ୍କ୍ କରିବାପାଇଁ ଗ୍ରାହକଙ୍କ ନିକଟକୁ ଆସୁଛି ଫର୍ଜି କଲ୍