ସ୍ୱପ୍ନ ହେଲା ସତ : ସଫଳତାର ଶୀର୍ଷରେ ଓଡିଆ ରାପର୍

118

Big-Dealକୁହାଯାଏ ମଣିଷ ଯେଉଁ ସ୍ୱପ୍ନ ଦେଖେ ,ଯଦି ମନ ପ୍ରାଣରେ ତାକୁ ହାସଲ କରିବାକୁ ଲାଗିପଡେ । ତାହା ନିଶ୍ଚୟ ସତ ହୁଏ । ଅସମ୍ଭବ ବି ସମ୍ଭବ ହୋଇଯାଏ । ଆଜି ଏହା ହିଁ ଘଟିଛି ଜଣେ ଓଡିଆ ଯୁବକଙ୍କ କ୍ଷେତ୍ରରେ । ରାପର୍ ଦୁନିଆରେ ଏବେ ପକାଇଛନ୍ତି ଚହଳ ।

1609871_10152732701196490_249752706_n୨୭ ବର୍ଷିୟ ସମିର ରିଷୁ ମହାନ୍ତି । ନିକଟରେ ରିଲିଜ ହୋଇଛି ତାଙ୍କର ଡେବ୍ୟୁ ରାପ୍ ଆଲବମ୍ ‘ୱାନ୍ କିଡ୍ ଉଇଥ୍ ଏ ଡ୍ରିମ୍’ । ୟୁଟ୍ୟୁବରେ ଏହା ଅନେକ ସଫଳତା ସାଉଁଟିଛି । ଏହି ରାପ୍ ଆଲବମରେ ସେ ଆମ୍ ଆଦମୀଙ୍କ ସାଧାରଣ ଜୀବନକୁ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି । ନିଜ ଗୀତର ଲିରିକ୍ସ ନିଜେ ଲେଖିବା ସହ ଜୀବନର ସୁଖ ଓ ଦୁଃଖର ଏକ ସମିଶ୍ରଣକୁ ଉପସ୍ଥାପନା କରିଛନ୍ତି ନିଜର ଏହି କନସେପ୍ଟରେ । ରାପର୍ ଦୁନିଆର ଚର୍ଚ୍ଚିତ ଚେହେରା ଏମିନେମ୍ ,ୟୋ ୟୋ ହନିସିଂଙ୍କୁ ନିଜର ଆଦର୍ଶ କରି ଆଗେଇଚାଲିଛନ୍ତି ସମିର୍ ।

ସମିରଙ୍କ ବାପା ଓଡିଆ ହୋଇଥିବା ବେଳେ ମା’ ଜାପାନିଜ୍ । ରାପରେ ସମିରଙ୍କ ଯାତ୍ରା ଖୁବ୍ ସଂଘର୍ଷ ଓ ଉତ୍ସାହପ୍ରଦ । ଯାହା ନିଃସନ୍ଦେହରେ ଅନୁପ୍ରାଣିତ କରିବ ଆମର ଓଡିଆ ଯୁବ ପ୍ରାଣଙ୍କୁ । ୧୬ ବର୍ଷ ବୟସରଙ୍କ ସମିରଙ୍କୁ ଘାରିଥିଲା ରାପର ନିଶା । ପୁରୀରେ ଜନ୍ମ ହୋଇ ସେ ଦାର୍ଜିଲିଂରେ ବଢିଥିଲେ । ବାଙ୍ଗାଲୁରୁରେ ଆରମ୍ଭ କରିଛନ୍ତି କ୍ୟାରିୟର । ଏମସିଏ ପାଠ ପଢା ପରେ ସେ ପାଇଥିଲେ ଇନଫୋସିସରେ ଉଚ୍ଚ ବେତନର ଚାକିରୀ । ହେଲେ ଏହି ରାପ ନିଶାରେ ଛାଡିଥିଲେ ଚାକିରୀ । ଆଉ ଲାଗିପଡିଥିଲେ ନିଜ ସ୍ୱପ୍ନକୁ ସତ କରିପାରେ ।

ରାପରେ ଜଣକର ଭାବନାକୁ ନକଲ କରି ରାଇମିଂ ଭର୍ସେସରେ ଜୋକିଂ ଷ୍ଟାଇଲରେ ଦର୍ଶାଇବା ସତରେ ଖୁବ୍ କଷ୍ଟକର କାମ । ହେଲେ ଆଜି ଏହାକୁ କରିଦେଖେଇଛନ୍ତି ଏହି ଓଡିଆ ଯୁବକ ସମିର ରିଷୁ ମହାନ୍ତି ।
ଦେଖନ୍ତୁ ସମିର ରିଷୁ ମହାନ୍ତିଙ୍କ ଏହି ଚର୍ଚ୍ଚିତ ଆଲବମକୁ –