ଗୁଗୁଲ’କୁ ଜଣେ ୭ ବର୍ଷୀୟ କୁନିଝିଅର ଚିଠି ! ଯାହାର ଉତ୍ତର ଦେଇଛନ୍ତି ନିଜେ କଂପାନୀର ମୁଖ୍ୟ ସୁନ୍ଦର ପିଚାଇ

39

ଇଂଲଣ୍ଡର ହେରେଫୋର୍ଡ ଅଂଚଳରେ ବାସକରୁଥିବା ମାତ୍ର ୭ ବର୍ଷୀୟ କୁନିଝିଅର ଲିଖିତ ପତ୍ର ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କ୍ଲୋ ବ୍ରିଜୱାଟର ନାମକ ଏହି କୁନିଝିଅ ନିଜର ଏହି ପତ୍ରଟି ଲେଖିଥିଲେ ପ୍ରଖ୍ୟ।।ତ ଗୁଗୁଲ କଂପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇଙ୍କ ନିକଟକୁ । ଆଉ ଏଥିରେ ଗୁଗୁଲ ଭଳି ଖ୍ୟାତନାମା କଂପାନୀରେ ଭବିଷ୍ୟତରେ ଚାକିରି କରିବା ପାଇଁ ନିଜର ସ୍ୱପ୍ନ ବିଷୟରେ ବର୍ଣ୍ଣନା କରିଥିଲା ଏହି କୁନିଝିଅଟି ।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ସ୍ୱୟଂ ଗୁଗୁଲ ପ୍ରମୁଖ ସୁନ୍ଦର ପିଚାଇ ଏହି କୁନି ଝିଅଟି ପଠାଇଥିବା ପତ୍ରର ଉତ୍ତର ଦେଇଛନ୍ତି । ଆଉ ନିଜର ଏକ ପତ୍ର ମାଧ୍ୟମରେ କୁନିଝିଅକୁ ନିଜ ସ୍ୱପ୍ନ ସାକାର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଖାଲି ସେତିକି ନୁହେଁ ସୁନ୍ଦର ପିଚାଇ ଆଉ ମଧ୍ୟ ଲେଖିଛନ୍ତି, ‘ମୁଁ ତୁମର ଚାକିରି ଦରଖାସ୍ତକୁ ଅପେକ୍ଷା କରିଛି । ଯେବେ ତୁମେ ତୁମର ସ୍କୁଲ ପାଠପଢା ସାରିବ, ଆଉ ଗୁଗୁଲରେ ଚାକିରି ପାଇଁ ଆବେଦନ କରିବ । ମୁଁ ସେ ସମୟକୁ ଅପେକ୍ଷା କରିଛି ।’

ତେବେ ନିଜଝିଅର ସୁନେଲି ସ୍ୱପ୍ନ ବିଷୟରେ ତାଙ୍କ ବାପା କୁହନ୍ତି ତାଙ୍କର ପ୍ରୋତ୍ସାହନ ବାର୍ତ୍ତା ଯୋଗୁଁ କ୍ଲୋ ମନରେ ଗୁଗୁଲରେ ଚାକିରି କରିବା ପାଇଁ ଆଶା ଉଦ୍ରେକ ହୋଇଛି ।

ଏହା ସହ ଦେଖନ୍ତୁ ମହାଭାରତର ଅଭିଶପ୍ତ ଅଶ୍ୱଥାମା ଜୀବିତ! ଭାଇରାଲ୍ ହେଉଛି ଫଟୋ