ଆଜି ମଧ୍ୟରାତ୍ରିରୁ ବନ୍ଦ ହୋଇଯିବ ଆପଣଙ୍କ ଫୋନରେ ଭଏସ କଲିଂର ସୁବିଧା । କଂପାନୀ ଦେଲା ସୂଚନା

49

କିଛି ଦିନ ହେଲା ବିଭିନ୍ନ ଟେଲିକମ କଂପାନୀ ତଥା ଆଇଡିଆ, ଏୟାରଟେଲ, ଭୋଡାଫୋନ ଏବଂ ଜିଓ ଆଦିର ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି କି, ଆପଣଙ୍କ ଫୋନରୁ ଭଏସ କଲର ସୁବିଧା ୭ ଜାନୁଆରୀ ତଥା ଆଜି ମଧ୍ୟରାତ୍ରିରୁ ବନ୍ଦ ହୋଇଯିବ । ତେବେ ଏହି ମେସେଜ ଏବେ ଚାରିଆଡେ ପବନବେଗରେ ଗୋଟିଏ ମୋବାଇଲୁର ଆଉ ଏକ ମୋବାଇଲକୁ ଘୁରିବୁଲୁଛି । ଯାହାକୁ ସାଧାରଣରେ ତିବ୍ର ଅସନ୍ତୋଷ ବୃଦ୍ଧିପାଇଛି ।

 

ସୂଚନା ମୁତାବକ, ଏହି ରହସ୍ୟମୟୀ ମେସେଜରେ ଲେଖାଯାଇଛି କି, ଡିୟର କଷ୍ଟମର, ଭଏସ ସର୍ଭିସେସ ୭ ଜାନୁଆରୀ ୨୦୧୮ ରୁ ବନ୍ଦ ହୋଇଯିବ । ନିଜର ନମ୍ବରକୁ ଜାରି ରଖନ୍ତୁ ଏବଂ ଆପଣ ୟୁପିସି ଜେନରେଟ କରି ଅନ୍ୟ ନେଟଓର୍କରେ ଆପଣଙ୍କର ନମ୍ବରକୁ ପୋର୍ଟେବୁଲ କରିପାରିବେ । ତେବେ ଏହି ରହସ୍ୟମୟୀ ମେସେଜ କିଏ ଆଉ କେଉଁଠୁ ଆସିଲା ସେ ନେଇ ଏଯାବତ୍ କୌଣସି ଯୁକ୍ତିଭିର୍ତ୍ତିକ ତଥ୍ୟ ଆମକୁ ମିଳିପାରିନାହିଁ । ମାତ୍ର କୋଡଲଷ୍ଟ ନାମକ ଟୁଇଟର ହ୍ୟାଣ୍ଡେଲ କରୁଥିବା ଜଣେ ବ୍ୟକ୍ତି ଏହାକୁ କନଫର୍ମ କରିଛନ୍ତି । ଖାଲି ଏତିକି ନୁହେଁ ବାକି ଲୋକଙ୍କୁ ମଧ୍ୟ ଏଭଳି ମେସେଜ ଆସୁଛି । ଯାହାକୁ ଅନେକ ଲୋକ ସୋସିଆଲ ମିଡିଆରେ ସେୟାର ବି କରିଛନ୍ତି ।

ତେବେ ଏହି ରହସ୍ୟମୟୀ ମେସେଜଟି ଏବେ ଟୁଇଟରେ ଟ୍ରେଣ୍ଡ କରୁଛି । ଯାହାକୁ ନଜର ରଖି ଆଇଡିଆ ନିଜର ଗ୍ରାହକଙ୍କୁ ସ୍ପଷ୍ଟି କରଣ ଦେଇ କହିଛି କି, ଏହି ମେସେଜଟି ଫେକ୍ ଅଟେ । କଂପାନୀ ଏଭଳି ମେସେଜକୁ ଅଣଦେଖା କରିବାକୁ ନିଜର ଗ୍ରାହକଙ୍କୁ ପରାମର୍ଶ ଦେଇଛି । ସେହିପରି, ଏୟାରଟେଲ ଏବଂ ଜିଓ ମଧ୍ୟ ଏହି ମେସେଜଟିକୁ ଫେକ୍ ବୋଲି କହିଛି ଏବଂ ନିଜର ଗ୍ରାହକଙ୍କୁ ସାବଧାନତା ପରଖିବାକୁ ପରାମର୍ଶ ଦେଇଛି ।
ତେଣୁ ଆମେ ଆପଣଙ୍କୁ ଖାଲି ଏତିକି ଅନୁରୋଧ କରିବୁ କି, ଆପଣଏଭଳି ମେସେଜଗୁଡିକ ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ ଏବଂ କୌଣସି ବି ପରିସ୍ଥିତିରେ ରିପ୍ଲାଏ ମଧ୍ୟ ଦିଅନ୍ତୁ ନାହିଁ ।

ସୌଜନ୍ୟ: ଅମର ଉଜାଲା