କିମ ଜଙ୍ଗଙ୍କ ମାରାତ୍ମକ ବମ ! ବିସ୍ଫୋରଣ ହେବନି, କିନ୍ତୁ ରୋଗରେ ମରିବେ ଲକ୍ଷ ଲକ୍ଷ ଲୋକ

77

ପରମାଣୁ ଆକ୍ରମଣର ଭୟ ଦେଖାଉଥିବା ଉତ୍ତର କୋରିଆ ପୁଣିଥରେ ଏକ ନୂଆ ବମ ପାଇଁ ଚର୍ଚ୍ଚାକୁ ଆସିଛି । ପ୍ରଥମେ ନ୍ୟୁକ୍ଲିୟର ବମ, ପରେ ହାଇଡ୍ରୋଜେନ ବମର ପରୀକ୍ଷଣ କରି ପୂରା ବିଶ୍ୱରେ ଆତଙ୍କ ଖେଳାଇଥିବା ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ୍ ଏବେ ଭିନ୍ନ ଧରଣର କେମିକାଲ ବମ ପ୍ରସ୍ତୁତ କରୁଛି ବୋଲି ଖବର ସାମ୍ନାକୁ ଆସିଛି । ହାଇଡ୍ରୋଜେନ ବମ ଠାରୁ ଏହି କେମିକାଲ ବମ ଆହୁରି ମାରାତ୍ମକ ବୋଲି ସୂଚନା ମିଳିଛି । ତେବେ ଏହି ବମ ବାବଦରେ ଆମେରିକା ଓ ଜାପାନ ଟିକିଏ ମଧ୍ୟ ସୁରାକ ପାଇନାହାନ୍ତି । ତେବେ ଏହି ବମ ନିର୍ମାଣ ହେବା ପରେ ଦକ୍ଷିଣ କୋରିଆକୁ ଅଧିକ ଭୟ ଘାରିଛି । କାରଣ ଏହି ବମର ପ୍ରଭାବରେ କେବଳ ଯେ ଲୋକ ମରିବେ ତାହା ନୁହେଁ ବରଂ ଏହି ବମ ଆକ୍ରମଣରେ ଅଜବ ଧରଣର ରୋଗ ହେବା ସହ ଲୋକେ ପ୍ରବଳ ଯନ୍ତ୍ରଣା ପାଇବେ ।ଯାହା ମୃତ୍ୟୁ ଠାରୁ ମଧ୍ୟ ଆହୁରି କଷ୍ଟଦାୟକ ।

download-79ଦିନକୁ ଦିନ ପରମାଣୁ କ୍ଷେତ୍ରରେ ନିଜର ଶକ୍ତି ବଢାଇଚାଲିଛି ଉତ୍ତରକୋରିଆ । ଆମେରିକା କିମ ଜଙ୍ଗ ଉନଙ୍କୁ ଯେତେଥର ଧମକ ଦେଉଛନ୍ତି ସେତେଥର ନୂଆ ଧରଣର ବମ ପରୀକ୍ଷଣ କରୁଛି ଉତ୍ତର କୋରିଆ । ଆମେରିକା ଯେତେବେଳେ ପ୍ରଥମ ଥର ପାଇଁ ଧମକ ଦେଇଥିଲା ସେତେବେଳେ ମିସାଇଲ ଟେଷ୍ଟ କରିଥିଲା ଉତ୍ତର କୋରିଆ । ଏହାପରେ ପୁଣିଥରେ ଆମେରିକା କିମ୍ ଜଙ୍ଗ୍ ଉନଙ୍କୁ ଯେତେବେଳେ ଦ୍ୱିତୀୟ ଥର ପାଇଁ ଧମକ ଦେଇଥିଲା ସେତେବେଳେ ପରମାଣୁ ବମ ପରୀକ୍ଷଣ କରି ପୂରା ବିଶ୍ୱବାସୀଙ୍କର ଚିନ୍ତା ବଢାଇଦେଇଥିଲା । ଏହାପରେ ଆମେରିକା ଯେତେଥର ଡରାଇବାକୁ ଚେଷ୍ଟା କରିଛି ଉତ୍ତର କୋରିଆ ସେତେଥର ନୂଆ ବମ ପରୀକ୍ଷଣ କରିଛି । ଏପରିକି ହାଇଡ୍ରୋଜେନ ବମ ପରୀକ୍ଷଣ କରି ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା ଉତ୍ତର କୋରିଆ । କିନ୍ତୁ ଏଥର ଆମେରିକା ଧମକ ପରେ କେମିକାଲ ବମ କଥା ସାମ୍ନାକୁ ଆସିଛି । ଏହି ବମ ବିଶ୍ୱବାସୀଙ୍କୁ ଧଂସ୍ୱ ଆଡକୁ ଟାଣି ନେଇଯିବ । ଏପରିକି ଉତ୍ତରକୋରିଆର ଏଭଳି କାର୍ଯ୍ୟକଳାପ ତୃତୀୟ ବିଶ୍ୱଯୁଦ୍ଧକୁ ଆମନ୍ତ୍ରଣ କରୁଛି ବୋଲି ଆମେରିକା ବାରମ୍ବାର କହିଛି ।

5983537254f8c73da6889be7276ce134ତେବେ ଏସବୁ ଭିତରେ ସାମ୍ନାକୁ ଆସିଛି କିମଙ୍କର ବିନାଶକ ପ୍ଲାନ । କିମ ବିଶ୍ୱରେ ଏକ ଅଜଣା ଆତଙ୍କ ଖେଳାଇବାକୁ ବସିଛି । ଯାହାଦ୍ୱାରା ପୂରା ବିଶ୍ୱରେ ମହାମାରୀ ବ୍ୟାପି ଯିବ । କିମଙ୍କର ଏହି ବମ ବିସ୍ଫୋରଣ ହେବା ମାତ୍ରେ କିଏ ବସନ୍ତ ରୋଗରେ ପ୍ରାଣ ହରାଇବ ତ ପୁଣି କାହାର ହଇଜାରେ ମୃତ୍ୟୁ ହେବ । ଏପରିକି କିଛି ଲୋକଙ୍କୁ ପ୍ଲେଗ ଓ ଟାଇଫଏଡ ଭଳି ରୋଗ ହେବ । ଏହିସବୁ ରୋଗ ମହାମାରୀ ଭଳି ପୂରା ବିଶ୍ୱକୁ ବ୍ୟାପିବ । କିମଙ୍କର ଏହି ନୂଆ ଯୋଜନା ସାମ୍ନାକୁ ଆସିବା ପରେ ବିଶ୍ୱବାସୀଙ୍କ ନିଦ ହଜିଯାଇଛି ।

ଉତ୍ତର କୋରିଆ ପାଇଁ ବାୟୋ କେମିକାଲ ବମ କିଛି ନୂଆ କଥା ନୁହେଁ । ଏହି ବମର ଭୟାବହତା ପୂର୍ବରୁ ମଧ୍ୟ ଦେଖିଛି ଉତ୍ତର କୋରିଆ । କୋରିଆ ଯୁଦ୍ଧ ସମୟରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହଇଜା, ଟାଇଫଏଡ ଓ ବସନ୍ତ ଭଳି ରୋଗ ଯୋଗୁଁ ହୋଇଥିଲା । ସେତେବେଳେ ଆମେରିକା ବାୟୋକେମିକାଲ ବମ ବ୍ୟବହାର କରୁଥିବା ଉତ୍ତର କୋରିଆ କହିଥିଲା । ରିପୋର୍ଟ ଅନୁଯାୟୀ ୧୯୬୦ ମସିହାରୁ ଉତ୍ତର କୋରିଆ ବାୟୋକେମିକାଲ ବମ ନିର୍ମାଣ କରିବା ଆରମ୍ଭ କରିଥିଲା । ତେବେ ଆମେରିକାର ବାରମ୍ବାର ଧମକ ପରେ ଉତ୍ତର କୋରିଆ ବାୟୋ କେମିକାଲ ବମ ବିକଶିତ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା । ଏବେ ଆଶଙ୍କା କରାଯାଉଛି ଯେ, ଉତ୍ତର କୋରିଆ ଭୟଙ୍କର ମହାମାରୀ ବ୍ୟାପିବା ଭଳି ବାୟୋକେମିକାଲ ବମ ନିର୍ମାଣ କରୁଛି । ଯାହା ପୂରା ବିଶ୍ୱକୁ ଧ୍ୱଂସ ମୁଖକୁ ଟାଣି ନେଇଯିବ । ତେବେ ଉତ୍ତର କୋରିଆର ଏଭଳି କାର୍ଯ୍ୟକ୍ରମ ଉପରେ ପୂରା ବିଶ୍ୱର ଏବେ ନଜର ରହିଛି ।