ଅମିତ ପରେ ସ୍ମୃତିଙ୍କ ମିଶନ ୧୨୦ ! ଲକ୍ଷ୍ୟ ହାସଲର କୌଶଳ ପଚାରିବାରୁ ଚୁପ କହିଲେ କେନ୍ଦ୍ରମନ୍ତ୍ରୀ

31

କନକ ବ୍ୟୁରୋ : ଅମିତ ଶାହାଙ୍କ ମିଶନ ୧୨୦କୁ ଦୋହରାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି କହିଛନ୍ତି, ଓଡିଶା ବାସୀଙ୍କ ବିପୁଳ ସମର୍ଥନ ଲାଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଲକ୍ଷ୍ୟ ପୁରଣ କରିବ ଦଳ । ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ଶୃଂଖଳା ବିପର୍ଯ୍ୟସ୍ତ । ଓଡିଶାବାସୀ ସ୍ୱଚ୍ଛ ଶାସନ ଚାହୁଁଛନ୍ତି, ଏବଂ ବିଜେପି ଏହା ଦେଇ ପାରିବ ।

ବିଜେପିର ମିଶନ ୧୨୦ ନେଇ ଯୋଜନା ବିଷୟରେ ସାମ୍ବାଦିକ ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ସାଧାରଣ ଜ୍ଞାନ ଏବଂ ଦଳୀୟ ଯୋଜନା ସର୍ବସମୁଖରେ କୁହାଯାଏ ନାହିଁ ବୋଲି କହି କଥାକୁ ଏଡାଇ ଯାଇଥିଲେ କେନ୍ଦ୍ରମନ୍ତ୍ରୀ । ଆଗକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ସ୍ମୃତିଙ୍କ ଏହି ବୟାନ ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି । ମିଶନ ୧୨୦ ପାଇଁ ଅମିତ ଶାହା କେଉଁ ଷ୍ଟ୍ରାଟେଜି ନେଇ ଆପଣାଉଛନ୍ତି ଏବେ ତାହା ଉପରେ ସମସ୍ତଙ୍କ ନଜର ରହିବ । ଆଜି ୧୯୭୫ ମସିହା ଜୁନ୍ ୨୫ ତାରିଖର ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରି ବିଜେପି ଦେଶବ୍ୟାପି ପାଳନ କରୁଛି କଳାଦିବସ । ଏହି କ୍ରମରେ ରାଜ୍ୟ ବିଜେପି ପକ୍ଷରୁ ପାଳନ କରାଯାଉଛି କଳାଦିବସ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ସହିଦ ନଗର ସ୍ଥିତ ବୁଣାକାର ସେବା କେନ୍ଦ୍ର ବୁଲି ଦେଖିଛନ୍ତି ।୨୦ ଲକ୍ଷରୁ କମ ଆୟ କରୁଥିବା ବୁଣାକରଙ୍କୁ ଜିଏସଟି ଲାଗୁହେବନି ବୋଲି ସ୍ମୃତି ଇରାନୀ କହିଛନ୍ତି ।