ଆମେଠିରେ ଆଗରେ ବିଜେପି । ରାହୁଲ ଗାନ୍ଧିଙ୍କୁ ପଛରେ ପକାଇ ୧୨ ହଜାରରୁ ଅଧିକ ଭୋଟ୍ ଆଗରେ ସ୍ମୃତି ଇରାନୀ ।

179

କନକ ବ୍ୟୁରୋ : ବଦଳିବକି ଇତିହାସ, ଭାଙ୍ଗିବ କି କଂଗ୍ରେସ ଗଡ ? ରୋଚକ ସ୍ଥିତିରେ ପହଞ୍ଚିଛି ଆମେଠି ଲୋକସଭା ଆସନର ନିର୍ବାଚନ ଫଳାଫଳ । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଛରେ ପକାଇ ଆଗକୁ ବଢି ଚାଲିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ଅପରାହ୍ନ ୨ଟା ୫୦ ମିନିଟ୍ ସୁଦ୍ଧା ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ସ୍ମୃତି ଇରାନୀ ପାଖାପାଖି ୧୨ ହଜାରରୁ ଅଧିକ ଭୋଟରେ ରାହୁଲ ଗାନ୍ଧିଙ୍କ ଠାରୁ ଆଗରେ ଅଛନ୍ତି । କଂଗ୍ରେସ ଗଡ କୁହାଯାଉଥିବା ଆମେଠି ଲୋକସଭା ଆସନରେ ଗତ ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ ରାହୁଲ ଗାନ୍ଧି ।