ସମ୍ବଲପୁରରେ ବସ୍ତି ପିଲାଙ୍କୁ ଦିଆଯାଉଛି ହକି ଖେଳର ସ୍ୱତନ୍ତ୍ର ପ୍ରଶିକ୍ଷଣ : ନ୍ୟୁଜିଲାଣ୍ଡ ଓ ଜମ୍ମୁର ପ୍ରଶିକ୍ଷକ ନିଜସ୍ୱ ଉଦ୍ୟମରେ ଦେଉଛନ୍ତି ତାଲିମ

48

କନକ ବ୍ୟୁରୋ : ବସ୍ତି ପିଲାଙ୍କୁ ଦିଆଯାଉଛି ହକି ଖେଳର ସ୍ୱତନ୍ତ୍ର ପ୍ରଶିକ୍ଷଣ । ସମ୍ବଲପୁରରେ ଛୋଟ ଛୋଟ ପିଲାଙ୍କୁ ମାଗଣାରେ ଟ୍ରେନିଂ ଦେଉଛନ୍ତି ନ୍ୟୁଜିଲାଣ୍ଡ ଓ ଜମ୍ମୁର ପ୍ରଶିକ୍ଷକ । ନିଜସ୍ୱ ଉଦ୍ୟମରେ ତାଲିମ ଦେଉଥିବା ପ୍ରଶିକ୍ଷକଙ୍କୁ ସାରା ସମ୍ବଲପୁର ସାବାସୀ ଦେଉଛି ।

ଦେହରେ ଆକାଶିଆ ରଙ୍ଗର ଜର୍ସି ସହ ଜୋତା ଓ ବୁଟ୍ ପିନ୍ଧି ହକି ଷ୍ଟିକ୍ ଧରି ପଡ଼ିଆରେ ହକି ଖେଳରେ ମାତିଛନ୍ତି ପିଲା । ସମ୍ବଲପୁରରେ ବସ୍ତି ପିଲାଙ୍କୁ ଦିଆଯାଉଛି ହକି ଖେଳର ସ୍ୱତନ୍ତ୍ର ପ୍ରଶିକ୍ଷଣ । ଦିନକୁ ଦୁଇ ବେଳା ସକାଳ ଓ ସଂଧ୍ୟାରେ ନ୍ୟୁଜିଲାଣ୍ଡ ଓ ଜମ୍ମୁର ପ୍ରଶିକ୍ଷକ ଟ୍ରେନିଂ ଦେଉଛନ୍ତି । ଗରିବ ଛାତ୍ରଙ୍କୁ ମାଗଣାରେ ନିଜସ୍ୱ ଉଦ୍ୟମରେ ପ୍ରଶିକ୍ଷଣ ଦେଉଛନ୍ତି ଏହି ପ୍ରଶିକ୍ଷକ ମାନେ । ଆଉ ପିଲାମାନେ ପିନ୍ଧିଥିବା ଜର୍ସି ସହ ଜୋତା ଓ ଖେଳ ଉପକରଣ ମଧ୍ୟ ଯୋଗାଇ ଦେଉଛନ୍ତି ପ୍ରଶିକ୍ଷକ ।

ପ୍ରାୟ ବର୍ଷେ ହେବ ଏପରି ପ୍ରଶିକ୍ଷଣ ଦେଇ ଚାଲିଛନ୍ତି ନ୍ୟୁଜିଲାଣ୍ଡ ଓ ଜମ୍ମୁର ପ୍ରଶିକ୍ଷକ । ପ୍ରତିଦିନ ପ୍ରଶିକ୍ଷକ ଆଗକୁ ହକି ଷ୍ଟିକ୍ ଧରି ପିଲାମାନେ ପଡିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି । ପିଲା ମାନଙ୍କର ଖେଳରେ ଉନ୍ନତି ଦେଖି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସାମିଲ କରାଇବା ପାଇଁ ପ୍ରଶିକ୍ଷକ ମାନେ ଉତ୍ସାହିତ କରୁଛନ୍ତି । ଆଉ ଏମାନଙ୍କର ଉଦ୍ୟମ ଦେଖି ସାରା ସମ୍ବଲପୁର ପ୍ରଶିକ୍ଷକଙ୍କୁ ଦେଉଛି ସାବାସୀ ।