ଅଧୁରା ରହିଗଲା ଯବାନ ହେବାର ସ୍ୱପ୍ନ । ଦେଶପାଇଁ କିଛି କରିବାର ଆଶା ଥିଲା, ହେଲେ ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ଜୀବନ

37

କନକ ବ୍ୟୁରୋ: ପୋଲିସ୍ ବିଭାଗରେ ଚାକିରୀ କରିବା ଆଶା ହେଲା କାଳ । ଶାରୀରିକ ଦୌଡ ପ୍ରତିଯୋଗିତା ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀ ମୃତ ଏବଂ ଜଣେ ଗୁରୁତର ହୋଇଥିବା ଘଟଣା ସମ୍ନାକୁ ଆସିଛି । ମୃତ ଜଣକ ନୟାଗଡ ଜିଲ୍ଲା ର ପ୍ରଭାସୀ ନାୟକ ହୋଇଥିବାବେଳେ ଗୁରୁତର ଜଣକ ହେଲେ ବୌଦ୍ଧ ଜିଲ୍ଲା କରଡି ଗ୍ରାମର ପ୍ରଭାତ ସାହୁ । ଏଭଳି ଘଟଣା ଘଟିଛି ବୈଦ୍ଧ ଜିଲ୍ଲା ରିଜର୍ଭ ପୁଲିସ ବାଟାଲିୟନ ଗ୍ରାଉଣ୍ଡରେ । ସୂଚନା ମୁତାବକ ଆଜି ବୌଦ୍ଧ ଜିଲ୍ଲା ୫ମ ଆଇ ଆର ବି ବାଟାଲିୟନ ଯବାନ ନିଯୁକ୍ତି ନିମନ୍ତେ ଫାଇନାଲ ପ୍ରତିଯୋଗିତା ରାଉଣ୍ଡ ଥିଲା । ଏହାକୁ ନେଇ ଶାରୀରିକ ଦୌଡ ପ୍ରତିଯୋଗିତା ପରୀକ୍ଷା ଚାଲିଥିଲା । ଦୌଡିବାର ପରିସୀମା ୫ କିମି ନିର୍ଦ୍ଧାରିତ ଥିବାବେଳେ ଆଉ ୨୦୦ କିମି ବାକି ଥିଲା । ହଠାତ୍ ଉକ୍ତ ୨ ଜଣ ପରୀକ୍ଷାର୍ଥୀ ତଳେ ପଡିଯାଇଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପ୍ରଭାସୀ ନାୟକଙ୍କ ମୃତ୍ୟୁ ଘଟିଥିବାବେଳେ , ପ୍ରଭାସ ସାହୁ ବର୍ତ୍ତମାନ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି । ଖବର ପାଇବା ପରେ ବୌଦ୍ଧ ପୁଲିସ୍ ଘଟଣାସ୍ଥଳରେ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ଜନତାଙ୍କ ସେବା ପରିବା ପୋଲିସ ବିଭାଗରେ ଚାକିରୀ ପାଇବାର ଆଶା ନେଇ ଆସିଥିଲେ ପ୍ରତିଯୋଗିତା ଭାଗନେଇ କୃତିତ୍ୱ ହାସଲ କରିବେ । ହେଲେ ପ୍ରଭାସୀ ନାୟକଙ୍କ ମୃତ୍ୟୁ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଶୋକର ଛାୟାରେ ବୁଡାଇ ଦେଇଛି । ସେପଟେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଥିବା ପ୍ରଭାସ ସାହୁଙ୍କ ସ୍ୱପ୍ନ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଅଧୁରା ରହିଗଲା । କାରଣ ଏଭଳି ଘଟଣାରେ ଅନ୍ୟ ଅଭିଭାବକମାନେ ମଧ୍ୟ ଯବାନ ନିଯୁକ୍ତି ପାଇଁ ନିଜ ପିଲାଙ୍କୁ ଛାଡିବାକୁ ଭୟବୀତ ହୋଇଛନ୍ତି ।