ଶୀତଳଷଷ୍ଠୀ ଯାତ୍ରାର ଶେଷ ପର୍ଯ୍ୟାୟ ! ମନ୍ଦିରଗୁଡିକରେ ପୂଜାର୍ଚ୍ଚନା ଓ ମହାଆଳତି ପରେ ନବଦମ୍ପତିଙ୍କ ଚାଲିଛି ନଗର ପରିକ୍ରମା

26

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଂଚିଛି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା । ଗତକାଲି ରାତିରେ ମନ୍ଦିର ଗୁଡିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତି ପରେ ନବଦମ୍ପତି ଏବେ ନଗର ପରିକ୍ରମାରେ ବାହାରିଛନ୍ତି । ମା’ ପାର୍ବତୀଙ୍କ ସହ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା ବଡ଼ବଜାରର ଶୀତଳେଶ୍ୱର ବାବା ଓ ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କ ଭବ୍ୟ ଶୋଭାଯାତ୍ରା ଚାଲିଛି ।

ମହାରୁଦ୍ର ଓ ମହାମାୟାଙ୍କ ଯୁଗଳ ମୂର୍ତ୍ତି ଶୋଭାଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି । ଦେବଦମ୍ପତିଙ୍କ ଆଶୀର୍ବାଦ ପାଇବାକୁ ସମ୍ବଲପୁରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ସେମାନଙ୍କ ନୃତ୍ୟ ପରିବେଷଣ କରୁଛନ୍ତି । ସୁନ୍ଦର ସୁନ୍ଦର ମେଢ ଓ କଳାକୃତି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –