ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ବିଭ୍ରାଟ ପ୍ରସଂଗ ! ସମସ୍ୟାର ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

37

କନକ ବ୍ୟୁରୋ: ସିବିଏସଇ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗରେ ହସ୍ତକ୍ଷେପ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସମସ୍ୟାର ଅନୁଧ୍ୟାନ ପାଇଁ ଦୁଇଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିବା ଟୁଇଟ୍ କରିଛନ୍ତି ଜାଭଡେକର । ଏହା ପୂର୍ବରୁ ତଥା ମଂଗଳବାର ଭୁବନେଶ୍ୱର ଜୋନର ସିବିଏସଇ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ସଂପର୍କରେ ଅବଗତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ମଧ୍ୟ ସେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେପଟେ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ୱିଥେଲ୍ଡ ରହିବା ସେମାନଙ୍କୁ ମାନସିକ ଆଘାତ ଦେଇଛି । ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠିରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –