ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଗଲା ଫଳ ଭାର ! ଅଣସର ଘରେ ଶ୍ରୀଜିଉଙ୍କ ପାଖରେ ଲାଗି ହେବ କାକଟପୁର ଫଳ

ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯାଇଛି ଫଳଭାର

209

କନକ ବ୍ୟୁରୋ : ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯାଇଛି ଫଳଭାର । ଜ୍ୱରରେ ଅସୁସ୍ଥ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଯାଇଛି ବିଭିନ୍ନ ପ୍ରକାର ଫଳ । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ୱରରେ ପୀଡିତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଲାଗିଛନ୍ତି ଦଇତାପତି ସେବାୟତ । ବିଶ୍ୱନିୟନ୍ତା ଅଣସର ଘରେ ଥିବା ବେଳେ ବିଭିନ୍ନ ନୀତିକାନ୍ତି କରାଯାଉଛି । ଏହି ଅବସରରେ କାକଟପୁର ପ୍ରାଚୀକ୍ଷେତ୍ରରୁ ବନୌସଦ୍ଧି, ବନ ସୁସ୍ୱାଦୁ ଫଳଭାର ଶ୍ରୀକ୍ଷେତ୍ର ଶ୍ରେକ୍ଷେତ୍ର ପଠାଯାଇଛି ।

ଏହାକୁ ଅଣସର ଭାର ବୋଲି କୁହାଯାଏ । ପ୍ରାଚୀ ତଟରେ ଥିବା ମଠ, ମନ୍ଦିର ଏବଂ ଗ୍ରାମାବାସୀଙ୍କ ଠାରୁ ସଂଗୃହିତ ଆମ୍ବ, ପଣସ, ଖଜୁରୀ, ନଡିଆ, ସପୁରୀ, ସେଓ ଭଳି ପ୍ରାୟ ୧୫ ପ୍ରକାର ଫଳ ପୁରୀ ପଠାଯାଇଛି । ପ୍ରାଚ କୂଳରେ ଥିବା ଦେଉଳି ମଠରୁ ଅଣସର ଭାର ପୁରୀ ଅଭିମୁଖେ ବାହାରିଛି । ଏହି ଭାରକୁ ପୁରୀର ହାତି ଆଖଡା ମଠରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ଶ୍ରୀଜିଉଙ୍କୁ ଲାଗି କରାଯିବାର ପରମ୍ପରା ରହିଛି ।