ଶବାନା କହିଲେ, “ବେଟି ବଚାଓ,ବେଟି ପଢାଓ ପାଇଁ କନ୍ୟାମାନଙ୍କର ଜୀବିତ ରହିବା ଦରକାର”!

55

କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଉପରେ ବଲିଉଡର ବିଭିନ୍ନ କଳାକାର ରାସ୍ତାକୁ ଆସିଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଏହା ଉପରେ ନିଜ ପାଟି ଖୋଲିଛନ୍ତି । ବରିଷ୍ଠ ଅଭିନେତ୍ରୀ ଶବାନା ଆଜମି କନ୍ୟା ଏଫଏଲଓ ଗ୍ରାଣ୍ଡ ଆୱାର୍ଡ ଶୋ’ରେ କହିଛନ୍ତି “ ବେଟି ବଚାଓ,ବେଟି ପଢାଓ ପାଇଁ କନ୍ୟାମାନଙ୍କର ଜୀବିତ ରହିବାର ଆବଶ୍ୟକତା ରହିଛି ।” ଜାମ୍ମୁ-କାଶ୍ମୀରଠାରେ ୮ ବର୍ଷର ଝିଅ ଉପରେ ବିତିଥିବା ଲୋମଟାଙ୍କୁରା ଘଟଣାର ପ୍ରତିକ୍ରିୟା ଦେବାକୁ ଯାଇ ସେ କହିଥିଲେ “ଆମ ଦେଶ ଗୋଟିଏ ସମୟରେ କେତେ ଶତାବ୍ଦୀର ଜୀବନ ଜିଉଁଛି । ଆମେ ୧୮,୧୯,୨୦ଏବଂ ୨୧ ଶତାବ୍ଦୀରେ ଉପନିତ ହେଲୁ ସତ କିନ୍ତୁ ସେତେବେଳେ ଯେମିତି ନାରୀଙ୍କ ଉପରେ ଅତ୍ୟାଚାର ହେଉଥିଲା ତାହା ଆଜି ପର୍ଯ୍ୟନ୍ତ ଠିକ୍ ସେମିତି ହିଁ ରହିଛି । ଗୋଟିଏ ପଟେ ଆମ ଦେଶର ଝିଅ ଆମକୁ ଗର୍ବାନ୍ୱିତ କରୁଛି ତ ଅନ୍ୟପଟେ ଆଉ ଜଣେ ଝିଅର ଚିତ୍କାର ଶୂନ୍ୟ ହୋଇ ଯାଉଛି । ଭାରତରେ ଏହିଭଳି ଘଟଣା ଲଗାତାର ଘଟିବା ଏକ ଚିନ୍ତାର ବିଷୟ ଯାହାକୁ ରୋକିବା ନିହାତି ଆବଶ୍ୟକ ।”
ଅନୁ ଏବଂ ରାଶି ରଂଜନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଆୱାର୍ଡ ଶୋ’ରେ ସେ ନିଜ ପ୍ରତିକ୍ରିୟା ରଖିଥିଲେ । ଉକ୍ତ ଶୋ’ରେ ବଲିଉଡ୍ ଜଗତର ବିଭିନ୍ନ କଳାକାର ସାମିଲ ଥିଲେ ।