ଦୁଇ ଦିନ ପରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି : କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ସୁଆର ଓ ମହାସୁଆର ସେବାୟତ, ଆଜି ବି ଭକ୍ତ ପାଇବେନି ଅବଢ଼ା

85

କନକ ବ୍ୟୁରୋ : ଦୁଇ ଦିନର ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ସକାଳୁ ନୀତି ଶୃଙ୍ଖଳିତ ଭାବେ ଚାଲିଥିଲା । ମହାପ୍ରଭୁଙ୍କ ପାଖରେ କୋଠ ଭୋଗ ଲାଗି ହୋଇଛି । ହେଲେ ଆଜି ବି ଭକ୍ତମାନେ ମହାପ୍ରସାଦ ପାଇବେନି । ହେଲେ ନଷ୍ଟ ହୋଇଥିବା ଅମୁଣିଆ ପ୍ରସାଦର କ୍ଷତିପୂରଣ ଦାବିରେ ନିଜ ଜିଦରେ ସୁଆରନିଯୋଗ ଅଡି ବସିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନର ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇଥିବା ବେଳେ ପ୍ରଶାସନ ଓ ସେବାୟତ ଭିତରେ ବିବାଦ ଜାରି ରହିଛି । ଆଜି ମହାପ୍ରଭୁଙ୍କ ପାଖେ କୋଠ ଭୋଗ ଲାଗି ହୋଇଛି । ହେଲେ ଆଜି ବି ମହାପ୍ରସାଦ ପାଇପାରିବେନି ଭକ୍ତ । ନଷ୍ଟ ଅମୁଣିଆ ମହାପ୍ରସାଦ କ୍ଷତିପୂରଣ ଦାବିରେ ସୁଆର ମହାସୁଆର ନିଯୋଗ ଅଡି ବସିଥିବା ବେଳେ ଭକ୍ତଙ୍କୁ ବରାଦି ମହାପ୍ରସାଦ ମିଳିବନି । କ୍ରମାଗତ ୩ଦିନ ଧରି ଭକ୍ତଙ୍କୁ ମହାପ୍ରସାଦ ମିଳିନାହିଁ । ଗତକାଲି ରାତିରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ଏଥିରେ ନୀତି ଶୃଙ୍ଖଳିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ନୀତି ଶୃଙ୍ଖଳିତ ହେଲେ ଅବଢା କାଢିବାକୁ ସୁଆର-ମହାସୁଆର ସେବାୟତ ରାଜି ହୋଇଥିଲେ । ମହାପ୍ରସାଦ ପ୍ରସ୍ତୁତ ପାଇଁ ସୁଆର-ମହାସୁଆର ସେବାୟତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କିନ୍ତୁ ଅନୁରୋଧ ପରେ ବି ସୁଆର ମହାସୁଆର ମାନେ ରୋଷ ଘରେ ପଶିବେନି କି ମହାପ୍ରସାଦ ତିଆରି କରିବେନି ବୋଲି ନିଜ ଜିଦରେ ଅଡିବସିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ଦିନ ଉପବାସରେ ରହିଥିଲେ ଠାକୁର ।