ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ଏଠାରେ ମାତ୍ର ୧ ଟଙ୍କା ଦେଇ କିଣନ୍ତୁ ନିଜ ମନପସନ୍ଦର ଅଳଙ୍କାର

60

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ଆଉ ଏଥିପାଇଁ ଆପଣଙ୍କ ନିକଟରେ ଅର୍ଥର ଘୋର ଅଭାବ ରହିଛି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଆଜି ଆମେ ଯେଉଁ ଖବରଟି ଦେବାକୁ ଯାଉଛୁ ତାହା ଆପଣଙ୍କର ଏହି ସବୁ ସମସ୍ୟାଟିକୁ ଚୁଟକିରେ ଦୂର କରିଦେଇପାରେ । ଆଜ୍ଞା ହଁ ! ଆପଣଙ୍କ ନିକଟରେ ଯଦି ସୁନା କିଣିବା ପାଇଁ ବର୍ତ୍ତମାନ ଟଙ୍କା ନାହିଁ ତେବେ ସୁନା କିଣିବାର ସୁଯୋଗ ଦେଉଛି ଭାରତର ଏହି ମଲ୍ଟି ସୋର୍ସ ପେମେଂଟ କଂପାନୀ । ବଡ କଥା ହେଲା ଏଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ହେବ ମାତ୍ର ୧ ଟଙ୍କା । ଆଉ ନିଜ ମନ ମୁତାବକ ସୁନା କିଣିନେଇଯିବେ । ଏବେ ଆପଣଙ୍କୁ ଆମ କଥାଟା ମିଛ ଲାଗୁଥିବ ନିଶ୍ଚୟ । ହେଲେ ଏହା ପୂରା ସତ୍ୟ ଅଟେ ।

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା ଆପଣ କେବଳ ପେଟିଏମ ସର୍ଭିସରୁ ହିଁ ପାଇପାରିବେ । କାରଣ, ଅକ୍ଷୟ ତୃତୀୟା ଅବସରରେ ପେଟିଏମ MMTC Pamp  ସହ ହାତ ମିଳାଇ ୨୪ କ୍ୟାରେଟ ସୁନା କାରବାର ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଛି । ଯଦି ଆପଣ ବି ପେଟିଏମରୁ ସୁନା କିଣିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଆମେ ଆଲୋଚନା କରିଥିବା ଖବରଟିକୁ ସଂପୂର୍ଣ୍ଣ ପଢନ୍ତୁ ।

ପେଟିଏମ ଗୋଲ୍ଡ: କଂପାନୀ ମାତ୍ର ୧ ଟଙ୍କାରେ ସୁନା କିଣିବାର ବିକଳ୍ପ ଦେଇରଖିଛି । ଡିଜିଟାଲ ଗୋଲ୍ଟ ନାଁରେ ଆରମ୍ଭ ହୋଇଥିବା Wealth Management ର ଏହା ଏକ ନୂଆ ଯୋଜନା ଅଟେ ।ଏହି ଯୋଜନା ଅନୁସାରେ ଆପଣ ବର୍ଷର କୌଣସି ଦିନ ଏବଂ କୌଣସି ବି ସମୟରେ ପେଟିଏମର ମୋବାଇଲ ଆପକୁ ଯାଇ ଡିଜିଟାଲ ତରିକାରେ ସୁନା କିଣିପାରିବେ । ଏହାକୁ ଆପଣ ଚାହିଁଲେ ଟଙ୍କାରେ କରିପାରିବେ କିମ୍ବା ଓଜନ ଅନୁସାରେ ବି କିଣିପାରିବେ । ଅନ୍ତରାଷ୍ଟ୍ରିୟ ବଜାରରେ ସୁନା କିଣିଥିବା ସମୟର ପ୍ରଚଳିତ ଦାମରେ ହିଁ ସୁନାର ବିକ୍ରି ହେବ ଆଉ ଆପଣ ଯେତେ ଚାହିଁବେ ସୁନା କିଣିବା ପାଇଁ ପେମେଂଟ କରିପାରିବେ ।

ସେହିପରି ପେଟିଏମ ଗୋଲ୍ଡ ବ୍ୟତୀତ ବୁଲିୟନ ଇଣ୍ଡିଆ ମଧ୍ୟ ଜନତାଙ୍କୁ ଏହି ସୁବିଧା ଦେଇରଖୁଛି । ଆପଣ ଏଠାରେ ମଧ୍ୟ ଅତି କମରେ ତଥା ୧ ଟଙ୍କାରେ ସୁନା କିଣିପାରିବେ । ଏଥିପାଇଁ ଆପଣଙ୍କୁ ବୁଲିୟନ ଇଣ୍ଡିଆରେ ନିଜର ଏକ ଆକାଉଂଟ ଖୋଲିବାକୁ ପଡିବ । ପେଟିଏମ ଗୋଲ୍ଡ ଭଳି ହିଁ ବୁଲିୟନ ଇଣ୍ଡିଆ ବି ଗ୍ରାହକଙ୍କୁ ସୁନାର ହୋମ ଡେଲିଭରୀର ସୁବିଧା ଦେଇରଖୁଛି ।

ଇଏମଆଇରେ କିଣନ୍ତୁ ସୁନା: ଆପଣ ଚାହିଁଲେ କିସ୍ତିରେ ବି ସୁନା କିଣିପାରିବେ । ମୁଥୁଟ ଫାଇନାନ୍ସ ଏବଂ ତନିସ୍କ ସମେତ ଅନେକ ଜ୍ୟୁଏଲାରୀ ସପ ଗ୍ରାହକଙ୍କୁ ଏଭଳି ବିକଳ୍ପ ଯୋଗାଇ ଦେଉଛନ୍ତି । ତନିସ୍କ ନିଜର ଗୋଲ୍ଡ ହାଭେଷ୍ଟ ସ୍କିମ ଆଧାରରେ ଗ୍ରାହକଙ୍କୁ ଇଏମଆଇରେ ସୁନା କିଣିବାର ସୁଯୋଗ ଦେଉଛି । ଯେଉଁଠି ଆପଣ ଆରାମରେ ସୁନା କିଣିପାରିବେ ।

ସୌଜନ୍ୟ: ନ୍ୟୁଜ୍-୧୮