ସେକ୍ସ ସିଡି ଓ ରିଷି ହତ୍ୟା ମାମଲା : ସାମ୍ବାଦିକ ପ୍ରଦୀପ ପାଣ୍ଡେ ଓ ଛାତ୍ର ନେତା ଇତିଶଙ୍କ ହେବ ବୟାନ ରେକର୍ଡ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛାତ୍ର କଂଗ୍ରେସର ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଂଟା ଡଟ୍ କମର ମୁଖ୍ୟ ପ୍ରଦୀପ ପାଣ୍ଡେ ଆଜି କ୍ୟାପିଟାଲ ଥାନାରେ ହାଜର ହେବେ । ୧୬୧ ଧାରାରେ ଉଭୟଙ୍କ ବୟାନ ରେକର୍ଡ କରାଯିବ ।

କମିଶନରେଟ ପୁଲିସର ସୂଚନା ଆଧାରରେ, ତଦନ୍ତକାରୀ ଅଧିକାରୀ ଆବଶ୍ୟକ ମନେ କଲେ ମେୟରଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରିପାରନ୍ତି । ସେପଟେ ରିଷି ମୃତ୍ୟୁ ମାମଲାରେ ଡାକ୍ତରଙ୍କୁ ଫାଇନାଲ ଓପିନିୟନ ମଗାଯାଇଛି ।

ପୁର୍ବରୁ ରିଷିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭସେରା ରିପୋର୍ଟ ଆସି ସାରିଛି । ଏବେ ୨ଟି ଯାକ ରିପୋର୍ଟ ପରେ, ଡାକ୍ତର ନିଜର ଫାଇନାଲ ଓପନିୟନ ଦେବେ ।