ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ ହ୍ରାସର ପ୍ରଭାବ : ଷ୍ଟକ୍ ବଜାରରେ ଦୁଇ ଦିନରେ ନିବେଶକ ହରାଇଲେ ୩ଲକ୍ଷ କୋଟି, ଭୟରେ ସେୟାର ବିକ୍ରି କରୁଛନ୍ତି ନିବେଶକ

3

କନକ ବ୍ୟୁରୋ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଓ ତେଲ ଦର ବୃଦ୍ଧିର ପ୍ରଭାବ ସେୟାର ବଜାର ଉପରେ ପଡିଛି । ଗତ ଦୁଇ ଦିନ ହେଲା ନିବେଶକଙ୍କ ନିବେଶ ମୂଲ୍ୟ କମି କମି ଯାଉଛି । ଦୁଇଦିନରେ ସେନସେକ୍ସ ୮୦୦ ପଏଂଟ ତଳକୁ ଖସିଯାଇଛି । ସୋମବାର ସେନସେକ୍ସ ୫୦୫ ପଏଂଟ ଖସିଥିଲା ଓ ମଙ୍ଗଳବାର ପୁଣି ୨୯୫ ପଏଂଟ ଖସିଛି ।

ଏହି ଦୁଇ ଦିନରେ ନିବେଶକମାନେ ପ୍ରାୟ ୩ଲକ୍ଷ କୋଟି ଟଙ୍କା ହରାଇଛନ୍ତିି । ଦେଶରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସିହିତ ଚଳନ୍ତି ଖାତା ନିଅଂଟ ବୃଦ୍ଧି ଓ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁ ନିବେଶକମାନେ ଭୟଭୀତ ହୋଇପଡିଛନ୍ତି । ମଙ୍ଗଳବାର ସେନସେକ୍ସ ୨୯୫ ପଏଂଟ ହ୍ରାସ ପାଇ ୩୭ହଜାର ୨୯୦ ପଏଂଟକୁ ଖସିଆସିଛି ।

Comments are closed.