ମେୟର ସିଟରେ ଶ୍ୱାନ ମହାରାଜ! ବୁଲେଟ୍ ପ୍ରୁଫ୍ ଗାଡିରେ ବୁଲନ୍ତି ମେୟର୍ ମ୍ୟାକ୍ସ ।

42

କିଛି ଲୋକ ନିଜ ଘରେ ବିଲେଇ ବା କୁକୁରକୁ ପାଳିଥାନ୍ତି । ନିଜ ନିଜ ସଉକ ଅନୁସାରେ ସେମାନେ ଘରେ ପାଳିତ ପଶୁମାନଙ୍କୁ ରଖିଥାନ୍ତି । କିନ୍ତୁ ପାଳିତ ପଶୁକୁ ଲୋକମାନଙ୍କ ଦୁଃଖ ସୁଖ ବୁଝିବା ଦାୟିତ୍ୱ ଦେବା କଥା କେହି ବୋଧ ହୁଏ ଭାବି ପାରିବେ ନାହିଁ । କିନ୍ତୁ ଏଭଳି ଅଜବ କଥାକୁ ସମ୍ଭବ କରି ଦେଖାଇଛନ୍ତି କାଲିଫର୍ଣ୍ଣିଆରେ ଥିବା ଜଣେ ସହରବାସୀ । ଏକ କୁକୁରକୁ ମେୟର ବନାଇ ଏହି ପଦ ପାଇଁ ମଣିଷ ଅପେକ୍ଷା କୁକୁର ଅଧିକ ଉପଯୁକ୍ତ ବୋଲି ଭାବି ସେମାନେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ସୂଚନା ମୁତାବକ,କାଲିଫର୍ଣ୍ଣିଆର ଇଡ଼୍ଲେଓ୍ଵାଇଲ୍ଡ଼୍ରେ ଲୋକମାନେ ମେକ୍ସିମ୍ସ ମୁଲର ନାମକ କୁକୁରକୁ ମେୟର ଭାବେ ବାଛିଥିଲେ । ୫ ବର୍ଷ ହେଲାଣି ମୁଲର ମେୟରର ଦାୟିତ୍ୱ ଠିକ୍ ଭାବରେ ବହନ କରୁଥିବା ଜଣାପଡ଼ିଛି । ୨୦୧୨ରେ ନିର୍ବାଚନ ହୋଇଥିବା ବେଳେ ୧୪ଟି କୁକୁର ଏବଂ ୨ଟି ବିଲେଇକୁ ନେଇ ନିର୍ବାଚନ କରାଯାଇଥିଲା । ଯାହା ପରେ ମୁଲରକୁ ମେୟର ଭାବେ ନିର୍ବାଚିତ କରାଯାଇଥିଲା ।

ମେୟର ହେବା ପରେ ମୁଲରର ନାମ ମ୍ୟାକ୍ସ ରଖାଯାଇଥିଲା । ଏହା ପରେ ମେୟର ମ୍ୟାକ୍ସ ନାମକ ଏକ ଫେସ୍ବୁକ୍ ଆକାଉଣ୍ଟ ମଧ୍ୟ ରହିଛି । ଯେଉଁଥିରେ ମ୍ୟାକ୍ସର ଫଟୋ ସେୟାର କରାଯାଇଥାଏ । ତେବେ ଏତିକି ନୁହେଁ ଡେପୁଟି ମେୟର୍ ଭାବରେ ମଧ୍ୟ ଦୁଇଜଣ କୁକୁର ପଦବୀରେ ଅଛନ୍ତି ଯାହାଙ୍କ ନାଁ ମିକି ଏବଂ ମିଟ୍ସି ।