ଆଉ ନାହାନ୍ତି ସୁଷମା । ପୂରା ଦେଶରେ ଶୋକାକୁଳ ପରିବେଶ, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ତୁଙ୍ଗ ନେତାଙ୍କ ଶୋକ ପ୍ରକାଶ

515

କନକ ବ୍ୟୁରୋ : ଶେଷ ନିଶ୍ୱାସ ତ୍ୟାଗ କଲେ ସୁଷମା । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଛନ୍ତି । ସୁଷମାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ନିସ୍ତବ୍ଧ ହୋଇଯାଇଛି । ନିଜ ପ୍ରିୟ ନେତ୍ରୀଙ୍କୁ ହରାଇବା ପରେ ବିଜେପି ଶିବିରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ସୁଷମାଙ୍କ ବିୟୋଗରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ବୈଦଶିକ ମନ୍ତ୍ରୀ ଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ପାଇଁ ବେଶ ପ୍ରଂଶସା ସାଉଁଟିଥିବା ସୁଷମାଙ୍କ ଦେହାନ୍ତ ଖବର ଶୁଣି ସାଧାରଣ ଲୋକ ମଧ୍ୟ ବେଶ ଭାଙ୍ଗି ପଡିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକ

ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଶୋକ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଶୋକ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶୋକ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶୋକ

ବାଚସ୍ପତି ଓମ ବିର୍ଲାଙ୍କ ଶୋକ