ସହପାଠୀଙ୍କ ଅଶ୍ଳୀଳ ଏମ୍‌ଏମ୍‌ଏସ୍‌ ଛାଡ଼ିଥିବା ଅଭିଯୁକ୍ତ ଅଟକ !

505

କନକ ବ୍ୟୁରୋ : କଲେଜ ଛାତ୍ରୀଙ୍କ ଏମ୍‌ଏମ୍‌ଏସ୍‌ ଭାଇରାଲ ହେବା ଘଟଣାରେ ଜଣେ ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ରକୁ ଅଟକ ରଖିଛି ପୁଲିସ୍ । ଅଭିଯୁକ୍ତ ଯୁବକ ଇଞ୍ଜିନିୟରିଂ କଲେଜର ଛାତ୍ର ଆଦିତ୍ୟ ରାଜ ବୋଲି ଜଣାପଡ଼ିଛି । ଛାତ୍ରୀଙ୍କ ଏମ୍‌ଏମ୍‌ଏସକୁ ଆଦିତ୍ୟ ଭାଇରାଲ କରିଥିବା ଜଣାପଡ଼ିଛି ।

ସହପାଠୀଙ୍କ ସହିତ ସେଲ୍ଫି ସେକ୍ସ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କମିଶନରେଟ ପୁଲିସ୍ ତତ୍ପର ହୋଇଥିଲା । ଅଭିଯୁକ୍ତ ଛାତ୍ର ଆଦିତ୍ୟ ରାଜ ଓ ତା’ର ଗର୍ଲଫ୍ରେଣ୍ଡ ଭୁବନେଶ୍ୱରର ଏକ ଜଣାଶୁଣା ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି ବୋଲି ପୁଲିସ୍ ଜାଣିପାରିଥିଲା । ଗୋଟିଏ ମିନିଟର ଏହି ଭିଡ଼ିଓ ଗତ ମାସରେ ସୁଟିଂ ହୋଇଛି ବୋଲି ଜାଣି ପାରିଥିଲା ପୁଲିସ୍ ।