ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ସେଲଫି ! ମନ୍ଦିର ପରିସର ଭିତରେ ସେଲଫି ନେଉଥିବା ବେଳେ ୩ ଶ୍ରଦ୍ଧାଳୁଙ୍କୁ ଧରିଲା ପୋଲିସ୍

30
କନକ ବ୍ୟୁରୋ: ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ସେଲଫି । ମନ୍ଦିର ପରିସର ଭିତରେ ସେଲଫି ନେଉଥିବା ବେଳେ ୩ ଜଣ ଧରାପଡିଛନ୍ତି । ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ଜଣାପଡିଛି । ସେମାନଙ୍କ ଠାରୁ ମୋବାଇଲ ଜବତ କରିଛି ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ଅଟକ ରହିଥିବା ୩ ଜଣ ଶ୍ରଦ୍ଧାଳୁ ଦିଲ୍ଲୀରୁ ଆସିଥିବା ଜଣାପଡିଛି ।
ପୂର୍ବରୁ ଏକାଧିକ ଥର ମନ୍ଦିର ପରିସରରେ ସେଲଫି ନେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ତନାଘନା କରିଥିଲା ପ୍ରଶାସନ । ଫୋନ ଭିତରକୁ ଯିବ ନାହିଁ ବୋଲି କଟକଣା ହୋଇଥିଲେ ମଧ୍ୟ କିପରି ସେମାନେ ଫୋନ ନେଇ ମନ୍ଦିର ପ୍ରବେଶ କଲେ ସେନେଇ ଏବେ ପ୍ରଶ୍ନ ଉଠିଛି ।