ରାଜଧାନୀ ରାସ୍ତା କଡରେ ପଲିଥିନ ଭିତରୁ ମିଳିଲା କଅଁଳା ପୁଅ ! ବିଏମସି ସଫେଇ କର୍ମଚାରୀ କଲେ ଉଦ୍ଧାର

18

କନକ ବ୍ୟୁରୋ: ରାଜଧାନୀରେ ଅଭାବନୀୟ ଘଟଣା । ପଲିଥିନ ମୁଣି ଭିତରୁ ଉଦ୍ଧାର ହୋଇଛି ନବଜାତକ । ଏପରି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ସୈନିକସ୍କୁଲ ନିକଟସ୍ଥ ଗଭମେଂଟ କଲୋନୀ ଅଂଚଳରୁ । ଆଜି ସକାଳେ ବିଏମସିର ସଫେଇ କର୍ମଚାରୀ ମାନେ ଝାଡୁ କରୁଥିବା ବେଳେ ରାସ୍ତା କଡରେ ଏକ ଜରିମୁଣି ଦେଖିଥିଲେ । ଏହା ଭିତରେ ଏକ ନବଜାତ ଶିଶୁ ଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ସହିଦନଗର ଥାନାକୁ ଜଣାଇ ଥିଲେ ।

ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚିବା ପରେ ଶିଶୁକୁ ଉଦ୍ଧାର କରିବା ସହ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସିଡବ୍ଲୁସି ଏନେଇ ହସ୍ତକ୍ଷେପ କରିବା ସହ ମାଗଣା ଚିକିତ୍ସା ଯୋଗାଇବାକୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ କମିଶନରେଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।