ସର୍ଦ୍ଦାର ରାଜା ମେଡିକାଲ କଲେଜ ନାମଲେଖା ବିବାଦ : ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଦାଖଲ କଲା ସେଲଭମ ଟ୍ରଷ୍ଟ

22

କଳାହାଣ୍ଡି : ସର୍ଦ୍ଦାର ରାଜା ମେଡିକାଲ କଲେଜ ନାମଲେଖା ବିବାଦରେ ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଦାଖଲ କଲା ସେଲଭମ ଟ୍ରଷ୍ଟ । ଗତ ଏପ୍ରିଲ ୧୯ ତାରିଖରେ ତାମିଲନାଡୁର ସେଲଭମ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟକୁ ସର୍ଦ୍ଦାର ରାଜା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ବାବଦ କ୍ଷତି ଭରଣା ପାଇଁ ୨ କୋଟି ଟଙ୍କା ଦାଖଲ କରିବାକୁ କହିଥିଲେ କୋର୍ଟ । ନିର୍ଦ୍ଧାରିତ ସମୟରେ ଟଙ୍କା କୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ ନକଲେ ଗିରଫ ପରୱାନା ଜାରି ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ । ମେଡିକାଲ କଲେଜରେ ଆବଶ୍ୟକ ଭିତିଭୂମି ନଥିବାରୁ ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରର ୩ଟି ଘରୋଇ କଲେଜକୁ ସ୍ଥାନାନ୍ତର କରିଥିଲେ ରାଜ୍ୟ ସରକାର । ମାମଲା ସୁପ୍ରିମକୋର୍ଟରେ ପହଂଚିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବାରୁ କ୍ଷତି ଭରଣା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ ।