ସମ୍ପୂର୍ଣ୍ଣ ୱାଇଫାଇ ହେବ ସମ୍ବଲପୁର ସହର ! ମାଗଣାରେ ଇଟରନେଟ୍ ବ୍ୟବହାର କରିପାରିବେ ଲୋକେ

350

କନକ ବ୍ୟୁରୋ : ସମ୍ବଲପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ୱାଇ-ଫାଇ ସେବା । ପ୍ରଥମ ପର୍ଯ୍ୟାୟରେ ନେଲସନ ମଣ୍ଡେଲା ଛକରୁ ରିଂରୋଡ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ଭବନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ୱାଇ-ଫାଇ । ପର୍ଯ୍ୟୟକ୍ରମେ ସହରର ଅନ୍ୟ ସ୍ଥାନରେ ଏହି ସେବା ଯୋଗାଇ ଦିଆଯିବ ।


ସମ୍ପୂର୍ଣ୍ଣ ୱାଇଫାଇ ହେବ ସମ୍ବଲପୁର ସହର । ସମ୍ବଲପୁର ସହରର ରିଂ-ରୋଡରେ ୱାଇ-ଫାଇ ସେବା ଆରମ୍ଭ କରିବାକୁ ଯାଉଛି ଜିଲ୍ଲା ପ୍ରଶାସନ । ରିଙ୍ଗ ରୋଡରେ ବୁଲାବୁଲି କରିବା ସମୟରେ ମହାନଦୀର ଦୃଶ୍ୟ ଉପଭୋଗ କରିବା ସହ ସମଲେଶ୍ୱରୀ ମନ୍ଦିରକୁ ଯାଇଥାନ୍ତି ପର୍ଯ୍ୟଟନ । ତେଣୁ ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ରିଂ-ରୋଡରୁ ମାନଙ୍କର ନାହିଁ ନଥିବା ଭିଡ ମଧ୍ୟ ଦେଖାଯ୍ଧଶ । ତେଣୁ ଜିଲ୍ଲା ପ୍ରଶାସନ ପ୍ରଥମ ରିଂରୋଡକୁ ଏହି ସେବା ଆରମ୍ଭ କରିବା ପାଇଁ ଯୋଜନା କରିଛି ।


ଜିଲ୍ଲା ପ୍ରଶାସନର ୱାଇ-ଫାଇ ସେବା ଯୋଜନାକୁ ସାଧାରଣ ଜନତା ସ୍ୱାଗତ କରିବା ସହ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ପ୍ରଥମ ପର୍ଯ୍ୟାୟ ୱାଇଫାଇ ସେବା ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯିବ । ପର୍ଯ୍ୟାୟ କ୍ରମେ ସମ୍ବଲପୁର ସହରର ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ସେବା ଯୋଗାଇ ଦିଆଯିବ । ଆଗାମୀ ଦିନରେ ଏହି ସେବା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବେଶ୍ ଲାଭପ୍ରଦ ହେବ ।