ପୁଣି ସମ୍ବଲପୁରରେ ନାଳରେ ଭାସିଲା ଭ୍ରୁଣ !

36

କନକ ବ୍ୟୁରୋ : ପୁଣି ସମ୍ବଲପୁରରେ ନାଳରେ ଭାସିଲା ଭ୍ରୁଣ । ଆଜି ସକାଳୁ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୁଦିପଡା ପାଣିଟାଙ୍କିରୁ ସୁଇମିଂ ପୁଲ୍ ରାସ୍ତାରେ ଯାଇଥିବା ନାଳରେ ଭ୍ରୁଣଟି ଭାସୁଥିବା ଦେଖିବାକୁ ମିଳିଥିଲା । ଭ୍ରୁଣଟି ନାଳରେ ଭାସୁଥିବା ଅବସ୍ଥାରେ ପ୍ରଥମେ କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ଭ୍ରୁଣଟି କିଏ ଆଉ କେଉଁ ପରିସ୍ଥିତିରେ ନାଳରେ ଭସାଇଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏ ସଂପର୍କରେ ତଦନ୍ତ କରିବାକୁ ଦାବି ହୋଇଛି ।