ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ! ସରକାରଙ୍କ ବଡ ନିଷ୍ପତି, ୧୭ ଲକ୍ଷ କର୍ମଚାରୀ ହେବେ ଉପକୃତ

36

ଉତ୍ତରପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଉତ୍ତରପ୍ରଦେଶ ସରକାର ହୋଲି ପର୍ବ ପୂର୍ବରୁ ସମସ୍ତ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତାକାଲି ଅଥାର୍ତ ୨୮ ଫେବୃଆରୀ ସୁଦ୍ଧା କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହୋଲି ପାଇଁ ଆଗାମୀ ମାର୍ଚ୍ଚ ୧ ଓ ୨ ତାରିଖରେ ସମସ୍ତ ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରହିବ । ଏହାଛଡା ୩ ତାରିଖ ଶନିବାର ଓ ୪ ତାରିଖ ରବିବାର ପଡୁଛି । ତେଣୁ ଏହା ପର୍ବୂରୁ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ହୋଲି ଉତ୍ସବ ପୂର୍ବରୁ ମୋଟ ୧୭ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ଦେବେ ଯୋଗୀ ସରକାର । ଯାହାଦ୍ୱାରା ସରକାରୀ କର୍ମଚାରୀ ହୋଲିକୁ ଧୂମଧାମରେ ପାଳନ କରିପାରିବେ ।