ସଚିନଙ୍କ ଡେବ୍ୟୁ ଭାଷଣକୁ ଅଟକାଇଲା କଂଗ୍ରେସ ! ନିରାଶ ହେଲେ ମାଷ୍ଟରବ୍ଲାଷ୍ଟର

49

କ୍ରିକେଟ ମଇଦାନରେ ବୋଲରଙ୍କ ନିଦ ହଜାଇଦେଉଥିବା ଭାରତୀୟ କ୍ରିକେଟର ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର ସଂସଦରେ କିନ୍ତୁ ଡେବ୍ୟୁ ଭାଷଣରେ ଦେଇ ନ ପାରିବା ଯୋଗୁଁ ନିରାଶ ହୋଇଛନ୍ତି । ଆଜି ପ୍ରଥମଥର ପାଇଁ ସଚିନ ତେନ୍ଦୁଲକର ସଂସଦର ଆଲୋଚନାରେ ଭାଗ ନେଇଛନ୍ତି । କିନ୍ତୁ ଆଲୋଚନାରେ ନିଜ ମତ ରଖିବା ପୂର୍ବରୁ ସଂସଦରେ କଂଗ୍ରେସର ହଙ୍ଗମା ଯୋଗୁଁ ସଚିନ ନିରାଶ ହୋଇଛନ୍ତି । ବିରୋଧୀ କଂଗ୍ରେସ ଜୋରାଦାର ହଙ୍ଗାମା କରିବା ଯୋଗୁଁ ଗତକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ସ୍ଥଗିତ କରାଯାଇଛି ।

5Sachin-Tendulkar-1୨୦୧୨ ମସିହାରେ ସାଂସଦ ଭାବେ ସଚିନ ରାଜ୍ୟସଭାକୁ ମନୋନୀତ ହେବା ପରେ ପ୍ରଥମଥର ପାଇଁ ଆଲୋଚନାରେ ଭାଗ ନେଇଥିଲେ । ତେବେ ସଚିନ ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ହୋ ହାଲ୍ଲା କରିଥିଲା ବିରୋଧୀ କଂଗ୍ରେସ । ମନମୋହନ ସିଂହଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ନେଇ କଂଗ୍ରେସ ବାରମ୍ବାର ସଂସଦରେ ହଙ୍ଗମା କରୁଛି । ସଚିନ ଆଲୋଚନା କରୁଥିବା ବେଳେ କଂଗ୍ରେସକୁ ଚୁପ ରହିବାକୁ ନିବେଦନ କରିଥିଲେ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଭାରତର ରତ୍ନ ହେଉଛନ୍ତି ସଚିନ, ତେଣୁ ସେ ଆଲୋଚନା କରିବା ବେଳେ ଶାନ୍ତ ରହିବାକୁ କଂଗ୍ରେସକୁ ଅନୁରୋଧ କରିଥିଲେ । କାରଣ ଏହି ଆଲୋଚନାକୁ ପୂରା ଦେଶ ଦେଖୁଛି । ତେଣୁ ଏହା ଆଦୌ ଶୋଭନୀୟ ନୁହେଁ ।

ଭାରତୀୟ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ, ଅଲମ୍ପିକ ପାଇଁ ପ୍ରସ୍ତୁତି ଓ ପୂରା ବିଶ୍ୱରେ ଭାରତୀୟ ଖେଳାଳି କିପରି ଭଲ ପ୍ରର୍ଦଶନ କରିପାରିବେ ସେ ନେଇ ମତ ରଖିଥାନ୍ତେ ସଚିନ । ଏହାଛଡା କ୍ରୀଡାର ବିକାଶ ପାଇଁ ସ୍କୁଲ ପାଠ୍ୟକ୍ରମରେ କ୍ରୀଡାକୁ ସ୍ଥାନ ଦେବା ଉପରେ ସଚିନ ସଂସଦରେ ଆଲୋଚନା କରିଥାନ୍ତେ । କିନ୍ତୁ ଏହି ଆଲୋଚନା କରିବା ପୂର୍ବରୁ ବିରୋଧ କଂଗ୍ରେସ ଗୃହ ଭିତରେ ଆରମ୍ଭ କରିଥିଲା ହଟ୍ଟଗୋଳ । ଯାହାଫଳରେ ସଂସଦରେ ନିଜର ମତ ରଖି ପାରିନଥିଲେ ସଚିନ ।

Sachin-Tendulkar-1-770x435ଏହାପୂର୍ବରୁ ସଚିନ ରାଜ୍ୟସଭାର କୌଣସି ଆଲୋଚନାରେ ଭାଗ ନେଇ ନାହାନ୍ତି । ଯାହାକୁ ନେଇ ପୂର୍ବରୁ ଅନେକଥର ପ୍ରଶ୍ନ ଉଠିଛି । ଅଧିକାଂଶ ଅଧିବେଶନରେ ସଚିନଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଛି । ଏପରିକି ତାଙ୍କ ରାଜ୍ୟସଭା ସଦସ୍ୟତାକୁ ରଦ୍ଦ କରିବା ପାଇଁ ମଧ୍ୟ ଅନେକ ସମୟରେ ସାଂସଦ ମାନେ ଦାବି କରିଛନ୍ତି । ଏପରିକି ସାଂସଦ ନରେଶ ଅଗ୍ରୱାଲ କହିଛନ୍ତି , ସଂସଦରେ ଅନୁପସ୍ଥିତ ପାଇଁ ଯଦି ବିଜୟ ମାଲ୍ୟାଙ୍କ ସଭ୍ୟପଦ ରଦ୍ଦ କରାଯାଇପାରୁଛି ତେବେ ସଚିନଙ୍କର ସସ୍ୟସତା କଣ ପାଇଁ ରଦ୍ଦ କରାଯିବନି ବୋଲି ପ୍ରଶ୍ନ ଉଠାଇଛନ୍ତି । ୨୦୧୨ରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ସଚିନ ସଂସଦର ୩୪୮ଟି କାର୍ଯ୍ୟଦିବସ ମଧ୍ୟରୁ ମାତ୍ର ୨୩ ଦିନ ଯୋଗ ଦେଇଛନ୍ତି । ତେବେ ଆଜି ସଂସଦରେ ଆଲୋଚନାରେ ଭାଗ ନେଉଥିବାରୁ ସଚିନ ପତ୍ନୀ ଅଞ୍ଜଳୀଙ୍କ ସହ ରାଜ୍ୟସଭାକୁ ଆସିଥିଲେ । କିନ୍ତୁ ଆଲୋଚନା ପୂର୍ବରୁ କଂଗ୍ରେସର ହୋ ହାଲ୍ଳା ଯୋଗୁଁ ଅଧାରେ ରହିଗଲା ସଚିନଙ୍କ ଆଲୋଚନା ।