ଶାହାରୁଖଙ୍କୁ ପଛରେ ପକାଇଲେ ବିରାଟ ! ଦେଶର ସବୁଠାରୁ ବଡ଼ ବ୍ରାଣ୍ଡ ହେଲେ ଭାରତର ରେକର୍ଡ ମ୍ୟାନ ।

43

ବଲିଉଡରେ ଆକ୍ଟର ହୁଅନ୍ତୁ କିମ୍ବା କ୍ରିକେଟର ନେମ ଏବଂ ଫେମରେ କିଏ କାହାଠାରୁ ମଧ୍ୟ କମ ନୁହଁନ୍ତି । ସବୁବେଳେ ଏ ସମସ୍ତେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ଘଟଣା ଦେଖାଦେଇଛି ବିରାଟ ଏବଂ ଶାହାରୁଖଙ୍କ ନିକଟରେ । ଭାରତର କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ବଲିଉଡର ବାଦଶାହ ଶାହାରୁଖ ଖାନଙ୍କୁ ପଛରେ ପକାଇ ଦେଶର ସବୁଠାରୁ ବଡ଼ ସେଲିିବ୍ରିଟି ଭାଲ୍ୟୁର କ୍ରାଉନକୁ ନିଜ ନାଁରେ କରିଛନ୍ତି । ତାଙ୍କ ଭାଲ୍ୟୁ ୟୁଏସ ଡଲାରରେ ୧୪୪ ମିଲିୟନ ହୋଇସାରିଛି । ଏକ ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ଦାମ ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ୫୬ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଭଳି ଦାମ ବଢିବାର କାରଣ ହେଉଛି ପଡିଆରେ ଭଲ ପ୍ରଦର୍ଶନ ଏବଂ ଲୋକପ୍ରିୟତା ।

ଭାରତ,ଜାପାନ ଏବଂ ଦକ୍ଷିଣ ପୂର୍ବ ଏସିଆର ମ୍ୟାନେଜିଙ୍ଗ ଡାଇରେକ୍ଟର ଏବଂ ସିଜନ ଲିଡର ବରୁଣ ଗୁପ୍ତାଙ୍କ କହିବା ଅନୁସାରେ ଯେବେଠାରୁ ସେ ତାଙ୍କର ରାକିଂଙ୍ଗ ପ୍ରକାଶ କରିଛନ୍ତି ସେହି ଦିନଠାରୁ ପ୍ରଥମେ ବିରାଟ କୋହଲି ଶାହାରୁଖ ଖାନଙ୍କୁ ରିପ୍ଲେସ କରିଛନ୍ତି । କୋହଲି ଗ୍ରାହକଙ୍କୁ କୌଣସି ବ୍ରାଣ୍ଡ ସହିତ ଏନଗେଜ ଏବଂ ଆକର୍ଷିକ କରୁଥିବା ପ୍ରଥମ ପସନ୍ଦ ହୋଇ ସାରିଛନ୍ତି । ଏହି କାରଣରୁ ସେ ଫିଲ୍ଡରେ ଏବଂ ଫିଲ୍ଡ ବାହାରେ ପ୍ରଶଂସିତ ହେଉଛନ୍ତି । ଏବେ ଶାହାରୁଖ ଖାନ ଦି୍ୱତୀୟ ସ୍ଥାନକୁ ଆସି ଯାଇଛନ୍ତି । ତାଙ୍କର ବ୍ରାଣ୍ଡ ଭାଲ୍ୟୁ ୟୁଏସ ଡଲାର ଅନୁସାରେ ୧୦୬ ମିଲିୟନ ହୋଇ ସାରିଛି ।

୨୦୧୬ ଅନୁସାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁରେ ୨୦ ପ୍ରତିଶତ ହ୍ରାସ ହୋଇଛି । ତୃତୀୟ ସ୍ଥାନରେ ଅଛନ୍ତି ଦୀପିକା ପାଦୁକୋନ ଏବଂ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ହେଉଛି ୯୩ ପ୍ରତିଶତ । ଅକ୍ଟୋବର ୨୦୧୭ ପର୍ଯ୍ୟନ୍ତ ବିରାଟ ୨୦ ବ୍ରାଣ୍ଡସକୁ ସମର୍ଥନ କରୁଥିଲେ । ସେହି ସମୟରେ ଶାହାରୁଖ ଏବଂ ଦୀପିକାଙ୍କ ପାଖରେ ୨୧ ଏବଂ ୨୩ଟି ବ୍ରାଣ୍ଡ ରହିଛି । ଅକ୍ଷୟଙ୍କ ପାଖକୁ ୭ଟି ନୂଆ ଉତ୍ପାଦ ଆସିଛି ଏବଂ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୯୭ ପ୍ରତିଶତକୁ ବୃଦ୍ଧି ହୋଇଛି । ୨୦୧୭ ଅନୁସାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୟୁଏସ ଡଲାର ଅନୁସାରେ ୪୭ ପ୍ରତିଶତ ରହିଥିଲା । ତେବେ ପି.ଭି. ସିନ୍ଧୁ ଟପ ୧୫ ସେଲିବ୍ରିଟିଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଛନ୍ତି ।