ରାଉରକେଲା ଲହୁଣୀପଡା ରାଜାମୁଣ୍ଡା ସ୍ଥିତ ଭାଷ୍କର ଷ୍ଟିଲ ପ୍ଲାଂଟ ଅଗ୍ନିକାଣ୍ଡ ଘଟଣା ! ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ପରେ ତଦନ୍ତ ଦାବି

45

କନକ ବ୍ୟୁରୋ : ରାଉରକେଲା ଲହୁଣୀପଡା ଥାନା ରାଜାମୁଣ୍ଡା ସ୍ଥିତ ଭାଷ୍କର ଷ୍ଟିଲ ପ୍ଲାଂଟ ଅଗ୍ନିକାଣ୍ଡ ଘଟଣା ନୂଆ ମୋଡ଼ ନେଇଛି । ଷ୍ଟିଲ ପ୍ଲାଂଟରେ ଅଗ୍ନିକାଣ୍ଡ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ତଦନ୍ତ ଦାବି ହୋଇଛି ।

ଅଗ୍ନିକାଣ୍ଡରେ ଆହତ ୪ଶ୍ରମିକଙ୍କ ଭିତରେ ବିନୟ କୁମାର ଯାଦବଙ୍କ ମୃତ୍ୟୁ ହୋଇଛି । ତେବେ ସଠିକ୍ ତଦନ୍ତ ଓ ନ୍ୟାୟ ଦାବିରେ ପରିବାର ଲୋକ ଶବ ଗ୍ରହଣ କରିନାହାନ୍ତି । ତେଣୁ ବିନୟଙ୍କ ଶବ ମର୍ଗ ହାଉସରେ ଦୁଇଦିନ ହେବ ପଡ଼ି ରହିଛି ।

ଏଥିସହ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦାବି କରିଛନ୍ତି ବିନୟଙ୍କ ପରିବାର । ଅନ୍ୟପଟେ କଂପାନୀ କର୍ତୃପକ୍ଷ ଆହତଙ୍କୁ କ୍ଷତିପୂରଣ କି ମୃତକଙ୍କ ପରିବାରକୁ କୌଣସି ସମବେଦନା ଜଣାଇନଥିବା ମଧ୍ୟ ଅଭିଯୋଗ ହୋଇଛି ।