କେନ୍ଦୁଝର : ପାଣିପାଇଁ ନିର୍ବାହୀଯନ୍ତ୍ରୀଙ୍କୁ ଘେରିଲେ ମହିଳା

26

କନକ ବ୍ୟୁରୋ : ପାଣିପାଇଁ ନିର୍ବାହୀଯନ୍ତ୍ରୀଙ୍କୁ ଘେରିଲେ ମହିଳା । ଖରାଦିନ ନଆସୁଣୁ ପାନୀୟ ଜଳ ସମସ୍ୟାରେ ଅତିଷ୍ଠ କିଛି ମହିଳା କେନ୍ଦେୁଝର ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ । କେନ୍ଦୁଝର ପୁରଣାବଜାର ୧ନଂ ୱାର୍ଡର ଖିଡିକିଦ୍ୱାର ସାହିରେ ବୋରୱେଲ ଖୋଳି ପମ୍ପ ମାଧ୍ୟମରେ ପାଣି ସପ୍ଲାଏ କରାଯାଉଛି ।

ତେବେ ଉପରମୁଣ୍ଡକୁ ପାଣି ପହଂଚୁନଥିବାରୁ ପ୍ରାୟ ଦେଢଶହ ପରିବାର ପାଣି ପାଇଁ ଦୂରକୁ ଯାଉଛନ୍ତି । ଅନ୍ୟପଟେ ଖିଡିକିଦ୍ୱାର ସାହିର ଉପରମୁଣ୍ଡରେ ଥିବା ନଳକୂପରୁ ଜିଆ ଓ ବାଲି ବାହାରୁଥିବାରୁ ପିଇବା ଯୋଗ୍ୟ ନୁହେଁ । ତେଣୁ ପାଣି ଯୋଗାଇବା ଦାବିରେ ଯନ୍ତ୍ରୀଙ୍କୁ ମହିଳାମାନେ ଘେରାଉ କରିଥିଲୋ ମହିଳା ମାନଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ।