ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ମୁଷାବିରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ ବାଇକ୍ ଆରୋହୀ ମୃତ

19

କନକ ବ୍ୟୁରୋ: ଅଜଣା ଗାଡି ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ମୁଷାବିରା ନିକଟରେ ଘଟିଛି ଏହି ଦୁର୍ଘଟଣା । ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଏଥିରେ ୩ ଜଣ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।

ଅଜଣା ଗାଡିଟି ବାଇକକୁ ଖୁବ୍ ଜୋରରେ ଧକ୍କା ଦେଇଥିବା ଅନୁମାନ କରାଯାଉଛି । କାରଣ ଦୁର୍ଘଟଣାସ୍ଥଳରୁ କିଛି ଦୂରକୁ ଘୋଷାଡି ହୋଇ ଯାଇଥିଲେ ବାଇକ ଆରୋହୀ ମାନେ । ମୃତକମାନେ ହେଲେ ତପନ ସାମନ୍ତ, ନୃପ ସାମନ୍ତ ଓ ସାଗର ନାୟକ । ମୃତକ ସମସ୍ତେ କଲେଇପୋଷ ଗାଁର ବୋଲି ଜଣାପଡିଛି ।