ଦିନେ ତାଙ୍କୁ ଲୋକେ ଆତଙ୍କବାଦୀ କହୁଥିଲେ ! ସେ ଏବେ ୟୁଏସର ପ୍ରଥମ ଶିଖ୍ ମେୟର

36

ରବିନ୍ଦର ଭଲ୍ଲା ଏହି ସମୟରେ ନିଜ ସଫଳତାର ଉତ୍ସବ ପାଳୁଛନ୍ତି । ତାଙ୍କୁ ଗୃହ ରାଜ୍ୟର ପ୍ରଥମ ଶିଖ୍ ଆମେରିକା ମେୟର ପଦରେ ନିଯୁକ୍ତ ଦିଆଯାଇଛି । ଭଲ୍ଲା ମଙ୍ଗଳବାର ଦିନ ହାବୋକେନର ମେୟରାଲ୍ ରେସ ଜିତିଛନ୍ତି । ଯେଉଁଥିରେ ଅନ୍ୟ ୫ଜଣ ପ୍ରାର୍ଥୀଙ୍କୁ ଜନସମର୍ଥନରେ ହରାଇ ଦେଇଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆତଙ୍କବାଦୀ ଭାବେ ତାଙ୍କ ନାଁ ଚର୍ଚ୍ଚା କରାଗଲେ ବି ସହରର କାଉନସିଲର ଭାବେ ଜିତିଛନ୍ତି । ତାଙ୍କର ଫଟୋ ସହ ତାଙ୍କ ବିରୋଧରେ ବ୍ୟାନର ଲଗାଯାଇ , ଆତଙ୍କବାଦୀକୁ ଜିତିବାକୁ ଦିଆଯିବ ନାହିଁ ବୋଲି କୁହାଯାଉଥିଲା । ଏଭଳି ଖରାପ ପରିଚୟ ଲୋକଙ୍କ ମଧ୍ୟରେ ସୃଷ୍ଟି କରାଯାଉଥିଲେ ବି ଭଲ୍ଲା ପୁରା ସହରରକୁ ଏହି ଜିତିଥିବା ଯୋଗୁ ଧନ୍ୟବାଦ ଦେଇଛନ୍ତି ।

ବର୍ତ୍ତମାନ ଭଲ୍ଲା ଏହି ଧାର୍ମିକ ଭେଦାଭେଦ ପାଇଁ ଅଚିହ୍ନା ନୁହେଁ । ନ୍ୟୁ ଜର୍ସିରେ ବଢିିଥିବା ଶିଖ ରାଜନେତା କହିଛନ୍ତି ସେ ନିୟମିତ ରୂପରେ ସାର୍ବଜନୀକ ରୂପେ ସ୍କୁଲରେ ନିଜର ଧର୍ମ , ପଗଡି , ନିଜର ବିଶ୍ୱାସ ପ୍ରତି ସମର୍ପଣ କାରଣରୁ ଧାର୍ମିକ ଉତ୍ପୀତନର ସାମ୍ନା କରିଆସିଛନ୍ତି । ଭଲ୍ଲା ହଫପୋଷ୍ଟକୁ କହିଛନ୍ତି , ‘ ମୋତେ ଲାଗୁଛି ଯେ ଶିଖ୍ ପିଲାଙ୍କ ପାଇଁ ଏହା ମହତ୍ୱପୂର୍ଣ୍ଣ ଯେ ସେମାନଙ୍କୁ ନିଜ ବିଶ୍ୱସ ପ୍ରତି ଗର୍ବ ହେବା ଉଚିତ୍ ଏବଂ ମୁଁ ମେୟର ପଦରେ ରହି ଆଶା କରୁଛି କି ଜନତାଙ୍କୁ ଶିଖ୍ ଧର୍ମ ର ଏକ ସକରାତ୍ମକ ଛବି ଦେଖେଇପାରିବିଏବଂ ମୋର ଆଶା ଯେ ଏହା ସ୍କୁଲରେ ପିଲାଙ୍କ ପାଇଁ ଭଲ ହେବ ।’

ଭଲ୍ଲାଙ୍କୁ ଆତଙ୍କବାଦୀ ଦର୍ଶାଇ ଯେଉଁ ଫ୍ଲାୟର , ବ୍ୟାନର ଲଗାଯାଇଥିଲା , ତାହା ତାଙ୍କ ପାଇଁ ଖୁବ୍ ସମସ୍ୟା ଓ କ୍ଷତିକାରକ ଥିଲା । କେବଳ ତାଙ୍କ ପାଇଁ ନଥିଲା । ନିଜର ପତ୍ନୀ ଓ ପିଲାଙ୍କ ପାଇଂ ମଧ୍ୟ । ସେ କହିଥିଲ ସେ ପ୍ରଥମ ଥର ନଥିଲା ତାଙ୍କୁ ଆତଙ୍କବାଦୀ ରୂପେ କହିବାର । ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ କରାଯାଇଥିଲା । ନ୍ୟୁ ଜର୍ସି ରେ କଟିଥିବା ତାଙ୍କର ପିଲାଦିନ ସମୟରେ

ତାଙ୍କ ବିରୋଧରେ ଅନେକ ଟିପ୍ପଣୀ ଦିଆଯଇଥିଲା । ଶିଖ୍ ମାନେ ଆମେରିକାର ଧାର୍ମିକ ପରିବେଶରେ ୧୦୦ ବର୍ଷରୁ ଅଧିକ ସମୟ ଏକ ଅଂଶ ହୋଇ ରହିଛନ୍ତି । କିନ୍ତୁ କିଛି ଆମେରିକା ଏବେ ବି ଏହି ଧର୍ମ ପ୍ରତି ଅପରିଚିତ ।  ଭୁଲରେ ବିଶ୍ୱାସ କରନ୍ତି ଶିଖଙ୍କର ତାଙ୍କର ବିଶ୍ୱାସ ରୂପରେ ପଗଡି ,ପିନ୍ଧିବାର ଅର୍ଥ ସେ ମୁସଲିମ୍ ଅଟନ୍ତି । ୧୧ ସେପ୍ଟେମ୍ବର ଆତଙ୍କବାଦୀ ଆକ୍ରମଣ ପରେ ଶିଖମାନେ ଜାତିଗତ ଶୋଷଣ , ଧାର୍ମିକୀୟ ଓ ଘୃଣାର ସାମ୍ନା କରିଆସୁଛନ୍ତି । ଏହା କେବଳ ଆମେରିକା ନୁହେଁ , ଏବେ ଗତ ମାସରେ କାନାଡାରେ ଶିଖ ନେତା ଜଗମିତ ସିଂହଙ୍କୁ ଏମିତି ଧାର୍ମିକ ହିଂସାର ଶିକାର ହେବାକୁ ପଡିଥିଲା । କିନ୍ତୁ ସିଂହ ବଡ ଚାଲାକ ଓ ଚତୁରତାର ସହ ଏହାକୁ ଆୟତ୍ତ କରିଥିଲେ । ଏବଂ ପୁରା ଦୁନିଆରେ ହିରୋ ହୋଇଗଲେ ।

ନବନିର୍ବାଚିତ ମେୟତ ଭଲ୍ଲା ମାନନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କର ରାଷ୍ଟ୍ରପତି ହେବା ପରେ କେବଳ ଶିଖମାନଙ୍କ ପ୍ରତି ଜାତିଭେଦାଭେବ ବଢିନି ଅନ୍ୟ ଦୁର୍ବଳ ସଂଖ୍ୟା ଲଘୁ ସଂପ୍ରଦାୟ ଉପରେ ବାଧାଜନକ ଶକ୍ତିର ଆକ୍ରମଣ ବଢିଯାଇଛି । ଭଲ୍ଲାଙ୍କର ଏହି ସଫଳତା ସେହି ଶକ୍ତି ଉପରେ ଏକ ଜବାବ ସଦୃଶ । ସେ କୁହନ୍ତି ଦୁର୍ଭାଗରେ ଆମେ ଏକ ଅଲଗା ଜଳବାୟୁରେ ରହୁଛୁ , ଯେଉଁଠି କିଛି ଲୋକଙ୍କୁ ଲାଗୁଛି ଏହି ପ୍ରକାର ଆଚରଣ ଗ୍ରହଣୀୟ । ଏହା ଆମ ପାଇଁ ଏକ ମହତ୍ୱପୂର୍ଣ୍ଣ ଯ ,ଆମେ ଏକ ଦୃଢ , ସ୍ପଷ୍ଟ ବାତ୍ତା ଦେଇପାରିବୁ ଯେ ଆମ ସଂପ୍ରଦାୟରେ ଘୃଣା ଗ୍ରହଣୀୟ ନୁହେଁ । ଆଜି କିଛି ସମସ୍ୟା ଭିତରେ ବି ଭଲ୍ଲା ହୋଇଛନ୍ତି ସହହର ମେୟର । ଯାହା ତାଙ୍କ ପାଇଁ ଓ ସେଠାରେ ଶିଖ ପ୍ରତି ଘୃଣା ଭାବ ପୋଷଣ କରୁଥୀବା ଲୋକଙ୍କ ପ୍ରତି ଏକ ଭଲ ବାତାବରଣ ସୃଷ୍ଟି କରିଛି । ଆଉ ଦର୍ଶାଇ ଦେଇଛନ୍ତି ଯେ ସତ୍ୟର ହିଁ ଜୟ ହୁଏ ।