ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ସ୍ୱଚ୍ଛ ସର୍ବେକ୍ଷଣ କର୍ମଶାଳା ଅନୁଷ୍ଠିତ

20

କନକ ବ୍ୟୁରୋ : ସ୍ମାର୍ଟ ସିଟିକୁ ସ୍ୱଚ୍ଛ ରଖିବାପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ସ୍ୱଚ୍ଛ ସର୍ବେକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଜାନୁଆରୀ ମାସରେ ହେବାକୁଥିବା ଜାତୀୟ ସ୍ତରୀୟ ସ୍ୱଚ୍ଛ ସହର ପ୍ରତିଯୋଗିତା ପାଇଁ ଆରଏମସି ର ଏହି ଉଦ୍ୟମ ।

ଏହି କର୍ମଶାଳାରେ ସ୍ୱଚ୍ଛତା ,କମ୍ୟୁନିଟି ଶୈାଚାଳୟ ,ବର୍ଯ୍ୟବସ୍ତୁ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହ ମହାନଗର ନିଗମ ଅଂଚଳରେ ୧୯୩ ଟି କମ୍ୟୁନିଟି ଶୈାଚାଳୟ, ବସଷ୍ଟାଣ୍ଡ୍ ଏବଂ ଧାର୍ମିକ ସ୍ଥଳରେ ୩୧ ଟି ପବ୍ଲିକ ଟଏଲେଟ୍ ନିର୍ମାଣ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ସରିଥିବା ଆରଏମସି କମିଶନର ସୂଚନା ଦେଇଛନ୍ତି ।