ପ୍ରତାରଣାର ପ୍ରତିଶୋଧ ନେଲେ ପ୍ରେମିକା : ପୁରୁଣା ଟଙ୍କା ବଦଳାଇବାକୁ ଆସିଥିବା ପ୍ରେମିକଙ୍କୁ ନିର୍ଧୁମ ପିଟିଲେ

121

54888080ପୁରୁଣା ଟଙ୍କା ବଦଳାଇବା ବେଳେ ରୋଚକ ତଥ୍ୟ ସବୁ ସାମ୍ନାକୁ ଆସୁଛି । କେତେବେଳେ ଏହା ଲାଇନରେ ଛିଡା ହୋଇଥିବା ଅସୁବିଧାକୁ ନେଇ ତ କେତେବେଳେ ଅନେକ ଦିନ ପରେ ପୁଣି ଲୋକଙ୍କର ସେହି ସ୍ଥାନରେ ଭେଟାଭେଟି ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ମହାରାଷ୍ଟ୍ରର ନାସିକ ସହରର ଏମିତି ଏକ ରୋଚକପୂର୍ଣ୍ଣ ଘଟଣା । ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ପୁରୁଣା ନୋଟ ବଦଳାଇବା ପାଇଁ ବ୍ୟାଙ୍କକୁ ଯିବା ମହଙ୍ଗା ପଡିଛି । ସେ ବ୍ୟକ୍ତି ଜଣକ ନୋଟ ବଦଳାଇବା ପାଇଁ ବ୍ୟାଙ୍କ ନିକଟରେ ଠିଆ ହୋଇଥିବା ବେଳେ ତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକା ଦେଖି ଦେଇଥିଲେ । ଅନେକ ବର୍ଷ ହେଲା ଧରାଦେଉନଥିଲେ ଏହି ପ୍ରେମିକ ଜଣକ । ସେମାନଙ୍କର ମିଳାମିଶା ହେବ କ’ଣ । ବରଂ ଯୁବତୀ ଜଣକ ନିଜ ବାପା ଓ ଭାଇଙ୍କୁ ଡକାଇ ସେହି ବ୍ୟକ୍ତିଙ୍କୁ ନିର୍ଧୁମ ପିଟିଥିଲେ ।

54159215ସୂଚନା ଅନୁସାରେ , ଏହି ବ୍ୟକ୍ତି ଜଣକ ନାସିକର ତ୍ରିମ୍ବକ ରୋଡ ସ୍ଥିତ ଏକ ବ୍ୟାଙ୍କ ଶାଖାକୁ ନୋଟ ବଦଳାଇବାକୁ ଧାଡିରେ ଠିଆ ହୋଇଥିଲାବେଳେ ସେଠାକୁ ତାଙ୍କର ପୁରୁଣା ପ୍ରେମିକା ବି ନୋଟ ବଦଳାଇବାକୁ ଆସିଥିଲେ । ୨୩ ବର୍ଷୀୟା ଯୁବତୀ ଜଣକ ଏହି ବ୍ୟକ୍ତିଙ୍କୁ ଦେଖିଲା ପରେ ପୁରୁଣା ରାଗକୁ ଶୁଝାଇବା ପାଇଁ ତୁରନ୍ତ ଫୋନ କରି ନିଜ ବାପା ଓ ଭାଇଙ୍କୁ ସେଠାକୁ ଡାକିଥିଲେ । ସମସ୍ତେ ମିଶି ସେହି ବ୍ୟକ୍ତିଙ୍କୁ ପିଟିବା ଆରମ୍ଭ କରିଥିଲେ ।

ଯୁବତୀ ଜଣକ ସେଠାରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ ଏହି ବ୍ୟକ୍ତିଙ୍କ ସହ ଅତୀତର ପ୍ରେମ ସଂପର୍କ ବିଷୟରେ । ୪ ବର୍ଷ ତଳେ ହଠାତ ଏହି ବ୍ୟକ୍ତି ତାଙ୍କ ସହ ସଂପର୍କ କାଟି କୁଆଡେ ଉଭାନ ହୋଇଯାଇଥିଲେ । ଅନେକ ଦିନ ପରେ ଏହି ବ୍ୟାଙ୍କ ନିକଟରେ ଦେଖିବାକୁ ପାଇ ନିଜର ରାଗକୁ ସମ୍ଭାଳିପାରିନଥିଲେ । ଅତୀତର ଏହି ପ୍ରେମିକ ନାଁରେ ପୁଲିସରେ ମଧ୍ୟ ଏତଲା ଦେଇଛନ୍ତି ଏହି ପ୍ରେମିକା ।

ଏହାସହ ମଧ୍ୟ ଦେଖନ୍ତୁ-୬ଟି କୋଠି.୨୫୦ଝିଅ ଓ ଦୈନିକ ରୋଜଗାର ୧୦ଲକ୍ଷ : ଦେଖନ୍ତୁ ଜଣେ ଦେହ ଦଲାଲର ରହସ୍ୟମୟ କାରନାମା